Only for Entertainment

‘ଦ ଲାଏଲ କିଙ୍ଗ’ ପାଇଁ ଏହି ରିଅଲିଟି ଶୋ’ର ପ୍ରତିଯୋଗୀ ଅରମାନ ମଲ୍ଲିକଙ୍କ ସହିତ ଗାଇଛନ୍ତି ଗୀତ

Odisha Film Fan Club
27

ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମଟି ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଉଛନ୍ତି ଶାହରୁଖ ଖାନ ଏବଂ ତାଙ୍କ ଲାଡଲା ଆର‌୍ୟନ ଖାନ । ‘ଦ ଲାୟନ କିଙ୍ଗ’ର ହିନ୍ଦୀ ସଂସ୍କରଣ ପାଇଁ ଏହି ବାପା ପୁଅ ଯୋଡି ଫିଲ୍ମର ବାପା ପୁଅ ଯୋଡି ପାଇଁ ଭଏସ ଦେଇଛନ୍ତି । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ‘ସୁପରଷ୍ଟାର ସିଙ୍ଗର’ ରିଅଲିଟି ଶୋ ପ୍ରତିଯୋଗୀ ତଥା ବଲିଉଡ ସିଙ୍ଗର ରାମ ଶଙ୍କରଙ୍କ ଝିଅ ସ୍ନେହା ଶଙ୍କର ନିଜର ଭଏସ ଦେଇଛନ୍ତି । ଏହାକୁ ନେମଇ ସ୍ନେହା କହିଛନ୍ତି ଯେ ମୋତେ ମୋ ପସନ୍ଦର ସିଙ୍ଗର ଅରମାନ ମଲିକଙ୍କ ସହିତ କାମ କରିବାର ସୁଯୋଗ ମିଳିଥିବାକୁ ମୁଁ ଗର୍ବ ଅନୁଭବ କରୁଛି ।

 

କହିରଖୁଛୁ ଯେ ସ୍ନେହା ଡିଜନୀର ଏହି ବଡ ପ୍ରୋଜେକ୍ଟ ପାଇଁ ଦୁଇଟି ସୁନ୍ଦର ଗୀତ ଗାଇଛନ୍ତି । ମେଁ ବନୁ ରାଜା ଆଜ ହି ଏବଂ ହକୁନା ମାତା ଦୁଇଟିରେ ସ୍ନେହା ନିଜର ଭଏସ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More