Only for Entertainment

ଜାଣନ୍ତୁ ଏଗଲେସ ବାନାନା କେକର ପ୍ରସ୍ତୁତି ପ୍ରଣାଳୀ

delfi
0 90

ଟି ଟାଇମ ହେଉ କିମ୍ବା ଛୁଆଙ୍କ ପାର୍ଟି ପାଇଁ ହେଉ ଯଦି କିଛି ସ୍ପେଶାଲ କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆପଣଙ୍କ ସହିତ ଶେୟାର କରିବା ପାଇଁ ଯାଉଛୁ ଏଗଲେସ ବାନାନା କେକର ପ୍ରସ୍ତୁତି ପ୍ରଣାଳୀ । ନଟସ, କ୍ରିମ ଫ୍ଲେବର, କଦଳୀ ଏବଂ ଡାଳଚିନିରେ ପ୍ରସ୍ତୁତ ଏହି କେକ ସମସ୍ତଙ୍କୁ ପସନ୍ଦ ଆସିବ ।

ଆବଶ୍ୟକୀୟ ସାମଗ୍ରୀ-

ମଇଦା- ୨୮୪ ଗ୍ରାମ
ବେକିଙ୍ଗ ପାଇଡର- ୧୨ ଗ୍ରାମ
ଡାଳଚିନି ପାଉଡର- ୫ ଗ୍ରାମ
ଅଖରୋଟ- ୧୦୦ ଗ୍ରାମ
କଦଳୀ- ୨୮୦ ଗ୍ରାମ
ବଟର- ୭୦ ଗ୍ରାମ
ଦହି- ୧୦୦ ମିଲି
ଖୀର- ୧୫୦ ମିଲି

ପ୍ରସ୍ତୁତି ପ୍ରଣାଳୀ-

– ମଇଦା ଏବଂ ବେକିଙ୍ଗ ପାଉଡରକୁ ମିଶାଇ ଦିଅନ୍ତୁ ।

– ଏଥିରେ ଡାଳଚିନି ପାଉଡର ଏବଂ ଅଖରୋଟ ମିଶାନ୍ତୁ ।

– ଏହାପରେ ଏକ ପାତ୍ର ନେଇ କଦଳା ଏବଂ ବଟରବକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ ।

– କଦଳୀର ଏହି ମିଶ୍ରଣରେ ଦହି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

– କଦଳୀର ଏହି ମିଶ୍ରଣରେ ଶୁଖିଲା ମାମଗ୍ରୀ ପକାଇ ଧୀରେ ଧୀରେ କ୍ଷୀର ମିଶାଇ ଭଲ ଭାବେ ଫେଣ୍ଟନ୍ତୁ ଯେପରି ଏହା ମିଶ୍ରଣରେ ଭଲ ଭାବେ ମିଶିଯିବ ।

– ବର୍ତ୍ତମାନ ଏହି ବ୍ୟାଟର କୁ ତେଲ ଲଗାଯାଇଥିବା କେକ ପ୍ୟାନରେ ଢାଳନ୍ତୁ ।

– ଏହି ମିଶ୍ରଣକୁ ୧୭୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ୫୦ରୁ ୬୦ ମିନିଟ ପର୍ଯ୍ୟନ୍ତ ବେକ କରନ୍ତୁ ।

– ବେକ ପରେ ଏହାକୁ ଥଣ୍ଡା ହେବା ପାଇଁ ରଖନ୍ତୁ । ଏହାପରେ କେକ ଉପରେ ଆଇସିଙ୍ଗ ସୁଗାର ଛିଂଚି ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More