Only for Entertainment

ପିଜୁଳିରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପିଜୁଳି ଖିରୀ ।

33

ପିଜୁଳି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ତେବେ ପିଜୁଳିକୁ ଖିରି କରି ମଧ୍ୟ ଖାଇ ପାରିବେ। ପିଜୁଳିରେ କ୍ଷୀର, ଚିନି ଏବଂ ଗୁଚୁରାତି ଗୁଣ୍ଡ ପକାଇ ସ୍ବାଦିଷ୍ଟ ଖିରି ତିଆରି କରିପାରିବେ। କୌଣସି ବି ବିଶେଷ ଅବସରରେ ଆପଣ ପରିବାର ଲୋକ ଓ ଅତିଥିଙ୍କୁ ଏହି ମିଠା ପରଷି ପାରିବେ।

ଆବଶ୍ୟକୀୟ ସାମଗ୍ରୀ:
ଦୁଇ କପ୍‌ କ୍ଷୀର, ଦୁଇଟି ପାଚିଲା ପିଜୁଳି, ଡ୍ରାଏ ଫ୍ରୁଟ୍‌, ୨ କପ୍‌ ଚିନି, ଅଧଚାମଚ ଗୁଜୁରାତି ଗୁଣ୍ଡ, ୨ ଚିମୁଟା କେସର।

ପ୍ରସ୍ତୁତି ପ୍ରଣାଳୀ:
ଏକ ପ୍ୟାନ୍‌ରେ ପିଜୁଳି ନରମ ହେବା ପର୍ଯ୍ୟନ୍ତ ପାଣିରେ ସିଝାନ୍ତୁ। ପିଜୁଳି ଭଲ ଭାବେ ସିଝିଗଲା ପରେ ଏହାକୁ ଗ୍ରାଇଣ୍ଡରରେ ପେଷ୍ଟ କରି ଦିଅନ୍ତୁ। ଏହି ପେଷ୍ଟକୁ ଏକ ଛଣାରେ ଛାଣି ଦିଅନ୍ତୁ। ଯାହାଫଳରେ ଏଥିରୁ ମଞ୍ଜି ବାହାରିଯିବ। ଏବେ ପ୍ୟାନ୍‌ରେ ଏହି ପିଜୁଳି ପେଷ୍ଟ ରଖି ମଧ୍ୟମ ଆଞ୍ଚରେ ଗ୍ୟାସରେ ବସାନ୍ତୁ। ଏଥିରେ ଚିନି ଓ କ୍ଷୀର ପକାନ୍ତୁ। ଆଞ୍ଚକୁ ଧିମା କରି ଏହାକୁ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଘାଣ୍ଟନ୍ତୁ। ନଚେତ ଏହା ତଳେ ଲାଗିଯାଇପାରେ। ଚିନି ମିଳାଇଗଲା ପରେ ଗୁଜୁରାତି ଗୁଣ୍ଡ ପକାଇ ଗୋଳାନ୍ତୁ। ଏବେ ଏହାକୁ ଗ୍ୟାସ୍‌ରୁ ଓହ୍ଲାଇ ଡ୍ରଏ ଫ୍ରୁଟ୍‌ ଏବଂ କେସର ଦେଇ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନିଆରା ପିଜୁଳି ଖିରି। ଏହାକୁ ନିଜ ଇଚ୍ଛା ଅନୁସରେ ଗରମ କିମ୍ବା ଥଣ୍ଡା କରି ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More