Only for Entertainment

ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଲମୀ କବାବ

youandi.com
32

ଏଭଳି ଏକ ସ୍ୱାଦିଷ୍ଟ ରେସିପି ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ଯାହାକୁ ଆପଣ ଘରେ ପ୍ରସ୍ତୁତ କରିବାରୁ ନିଜକୁ ଅଟକାଇ ପାରିବେନି । ଏହାକୁ ଦେଖିବା ମାତ୍ରେ ମୁହଁରେ ପାଣି ଆସିଯାଏ । ଦହି ଆଉ ବିଭିନ୍ନ ମସଲାରେ ମ୍ୟାରିନେଟେଡ ଏହି ଚିକେନର ସ୍ୱାଦ ଖୁବ ନିଆରା । ଆଜ୍ଞା ହଁ ଆସନ୍ତୁ ଶିଖିବା ସ୍ୱାଦିଷ୍ଟ କଲମୀ କବାବ୍ ।

ଏକ ପାତ୍ରରେ ଦହି, ଅଦା ଓ ରସୁଣ ବଟା, ଲେମ୍ବୁ ରସ, ହଳଦୀ ଏବଂ କାଜୁ ଗୁଣ୍ଡ ପକାନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ, ଖଣ୍ଡ ଖଣ୍ଡ ହୋଇଥିବା ଗୋଲମରିଚ, ଜୁଆଣୀ,ଲୁଣ ଏବଂ କିଛି କ୍ରିମ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ଚିକେନ ମିଶାଇ ଫ୍ରିଜରେ ୨୪ ଘଂଟା ରଖନ୍ତୁ । ଯଦି ତତକ୍ଷଣାତ କରିବାକୁ ଚାହୁଁଛନ୍ତି ତେବେ ଅଧ ଘଂଟା ବା ୧ ଘଂଟା ମ୍ୟାରିନେଟ କରି ରଖନ୍ତୁ । ଏବେ ତାୱା ଗରମ କରନ୍ତୁ ଏବଂ ଚିକେନକୁ ରଖନ୍ତୁ । ଦୁଇ ପାଶ୍ୱର୍କୁ ଓଲଟାଇ ଗୋଲଡେନ ରଙ୍ଗ ହେବା ପରେ ବାହାର କରନ୍ତୁ । ପ୍ରସ୍ତୁତ ହୋଇଗଲା କଲମୀ କବାବ । ଏହାକୁ କଟା ପିଆଜ ଏବଂ ପୋଦିନା ଚଟଣୀ ସହିତ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More