୩୦ମିନିଟରେ ପ୍ରସ୍ତୁତ କରନ୍ତୁ ସୋୟା କରି ନୁଡୁଲ୍ସ !
ପ୍ରଥମେ ଏକ ପାତ୍ରରେ ପାଣି ଗରମ କରି ନୁଡ଼ଲ୍ସକୁ ସିଝାଇ ଦିଅନ୍ତୁ। ଆଉ ଏକ ପାତ୍ରରେ ତେଲ ଗରମ କରି ବଟା ଅଦା ପକାନ୍ତୁ। କିଛି ସମୟ ଭାଜନ୍ତୁ। ଏହାପରେ ରସୁଣ ଓ ବଜାରରେ ମିଳୁଥିବା ରେଡ କରି ପେଷ୍ଟ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ନଡ଼ିଆ ରସ ଏକ କପ୍ ଏବଂ ଅଳ୍ପ ପାଣି ଦିଅନ୍ତୁ। ଏହା ହାଲୁକା ଗାଢ଼ ହୋଇଗଲା ପରେ ଏଥିରେ କ୍ୟାପ୍ସିକମ୍, ସୋୟାବିନ୍, ଚିନି, ଚିଲି ସସ୍ ଏବଂ ଲୁଣ ପକାଇ କିଛି ସମୟ ଗୋଳାନ୍ତୁ।
ଆଉ ଏକ ଛୋଟ ପ୍ୟାନ୍ରେ ଅଳ୍ପ ତେଲ ଦେଇ ରସୁଣ ପକାନ୍ତୁ। ଏହା ଗୋଲ୍ଡେନ୍ ହୋଇଗଲା ପରେ ଲଙ୍କା ଗୁଣ୍ଡ ଓ ଚିଲି ଗାର୍ଲିକ୍ ଅଏଲ ପକାଇ ଉପରୋକ୍ତ ମିଶ୍ରଣରେ ମିଶାନ୍ତୁ। ଏହା ପରେ ଏଥିରେ ସିଝା ନୁଡଲ୍ସ ପକାନ୍ତୁ। ଉପରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ।