Only for Entertainment

ବିନା ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ଓମଲେଟ

www.readyseteat.com
0 43

ଆବଶ୍ୟକ ସାମଗ୍ରୀ: ବେସନ, ମଇଦା, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ପାଉଡର, ବେକିଙ୍ଗ୍‌ ପାଡର୍‌, ପାଣି, ତେଲ, ପିଆଜ, ଟମାଟ, କଞ୍ଚା ଲଙ୍କା ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ ବାଉଲ୍‌ରେ ବେସନ, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ ଓ ବେକିଙ୍ଗ୍ ପାଉଡର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ଅଳ୍ପ କରି ପାଣି ମିଶାଇ ଏହାକୁ ପତଳା ଘୋଳ କରି ଦିଅନ୍ତୁ। ଏହାକୁ ବାରମ୍ୱାର ଫେଣ୍ଟନ୍ତୁ, ଯେପରି ଏହା କଠିନ ନହୁଏ। ଏଥିରେ ପିଆଜ, ଧନିଆପତ୍ର, ଟମାଟୋ ଓ କଞ୍ଚା ଲଙ୍କା ପକାଇ ଭଲ ଭାବରେ ମିଶାନ୍ତୁ। ଏହାକୁ ଆମ୍‌ଲେଟ୍‌ କରିବା ପାଇଁ ଅଳ୍ପ ଆଞ୍ଚରେ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ତେଲ ପକାଇ ହାଲ୍‌କା ଗରମ କରନ୍ତୁ। ତେଲ ଗରମ ହେଲା ପରେ ୨ରୁ ୩ ଚାମଚ ପ୍ରସ୍ତୁତ କରିଥିବା ଘୋଳ ପକାନ୍ତୁ। ୨ରୁ ୩ ମିନିଟ୍‌ ପରେ ଏହାକୁ ଅନ୍ୟପଟକୁ ଓଲଟାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବନା ଅଣ୍ଡାରେ ତିଆରି ଆମ୍‌ଲେଟ୍। ଏହାକୁ ଏକ ପ୍ଲେଟ୍‌ରେ ବାହାର କରି ଟମାଟୋ ସସ୍‌ ଲଗାଇ ଗରମ ଗରମ ଖାଆନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More