Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଭେଜିଟେବଲ ପ୍ୟାନ କେକ୍ ।

134

ଆବଶ୍ୟକ ସାମଗ୍ରୀ:
ବେସନ-୧୫୦ ଗ୍ରାମ,

ସୁଜି-୫୦ ଗ୍ରାମ,

ମଇଦା-୫୦ ଗ୍ରାମ,

ଗାଜର- ୫୦ ଗ୍ରାମ,

କ୍ୟାପସିକମ୍-୫୦ ଗ୍ରାମ,

ବିନ୍- ୨୫ ଗ୍ରାମ,

ପିଆଜ ଦୁଇଟା ବଡ଼,

କଟା ଧନିଆ ପତ୍ର- ଅଳ୍ପ କିଛି,

କଟା କଞ୍ଚାଲଙ୍କା-୨ ଚାମଚ(ଛୋଟ),

ଭୃଷଙ୍ଗ ପତ୍ର ଅଳ୍ପ କିଛି,

କଟା ଅଦା ଦୁଇ ଚାମଚ (ଛୋଟ),

କରି ପାଉଡ଼ର ୧ ଚାମଚ (ଛୋଟ),

ବଟର କିମ୍ବା ଘିଅ- ୪ ଚାମଚ(ବଡ଼)

ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:
ଉପରେ ଦିଆଯାଇଥିବା ସମସ୍ତ ପରିବାକୁ ଚୁନାଚୁନା କରି କାଟି ରଖନ୍ତୁ । ପିଆଜକୁ ମଧ୍ୟ ସେହିଭଳି ଭାବରେ କାଟି ରଖନ୍ତୁ । ସୁଜି,ମଇଦା,ବେସନ,ହଳଦି, ଲୁଣକୁ ଏକାଠି ଅଳ୍ପ ପାଣି ଦେଇ ଭଲ ଭାବରେ ମିଶାନ୍ତୁ ।

କାଟି ରଖିଥିବା ପରିବା, ପିଆଜ, କଟା ଅଦା, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଭୃଷଙ୍ଗ ପତ୍ର, କରି ପାଉଡ଼ର ପକାଇ ଭଲ ଭାବରେ ଗୋଳାନ୍ତୁ ଯଦି ଆବଶ୍ୟକ ହୁଏ ଅଳ୍ପ ପାଣି ଦେଇ ବହଳିଆ ଆଣ ପ୍ରସ୍ତୁତ କରି ରଖନ୍ତୁ ।

ତାୱାକୁ ଚୂଲିରେ ବସାଇ ଅଳ୍ପ ବଟର କିମ୍ବା ଘିଅ ପକାନ୍ତୁ । ଆଣରୁ ଦୁଇ ଚାମଚ ଦେଇ ଗୋଲ ପିଠା ଆକାରର ପ୍ରସ୍ତୁତ କରନ୍ତୁ ।

କଡ଼ାଇରେ ବଟର ଦେଇ ପିଠାକୁ ଓଲଟାଇ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜନ୍ତ । ସସ୍ କିମ୍ବା ଚଟଣି ସହିତ ଗରମ ଗରମ ପପରିବେଷଣ କରନ୍ତୁ ଭେଜିଟେବୁଲ ପ୍ୟାନକେକ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More