Only for Entertainment

ବ୍ରଣ ସମସ୍ୟା ଦୂର କରେ ଟମୋଟୋ, ଜାଣନ୍ତୁ କିପରି କରିବେ ବ୍ୟବହାର

YouTube
99

ଟମାଟୋ ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଖୁବ ଉପକାରୀ । ଟମାଟୋର ଭିଟାମିନ ସି, ଏ, ଇ ଏବଂ ବି୬ ଉପାଦାନ ତ୍ୱଚାକୁ ସୁସ୍ଥ ରଖେ । ଏହା ମୁଖ ବ୍ରଣ ତଥା କଳା ଦାଗ ଦୂର କାରୀ ।

ଫାଳେ ଟମାଟୋ ବ୍ରଣ ଉପରେ ଦୁଇ-ତନିନି ମିନିଟ ଯାଏ ଘଷ. ଉଷୁମ ଜଳରେ ଧୁଇନ୍ତୁ । ଏହା ଦ୍ୱାରା ମୃତ କୋଷ ବାହାରିଯାଏ । ଏପରି କରିବା ଦ୍ୱାରା ବ୍ରଣ ଉଠେ ନାହିଁ ଏବଂ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ ।

ଚିନିରେ ଟମାଟୋ ବୁଡାଇ ଧୀରେ ଧୀରେ ମୁହଁ ରେ ଘଷନ୍ତୁ । ଏହା ଦ୍ୱାରା ଧୂଳି ମଳି ବାହାରିଯିବା ସହିତ ବ୍ରଣ ହୋଇନଥାଏ ।

ଟମୋଟୋରେ ମହୁ ଫେଣ୍ଟି ବ୍ରଣ ଉପରେ ଲଗାଇବା ଦ୍ୱାରା ଉପଶମ ମିଳିଥାଏ ।

ଖରା ଦିନେ ଟମୋଟୋ ରସ ଓ ଦହି ମିଶ୍ରମ ବ୍ରଣ କିମ୍ବା କଳାଦାଗ ଉପରେ ଲଗାନ୍ତୁ । ପ୍ରତି ଦିନ ରାତିରେ ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ପରେ ଥଣ୍ଡା ଜଳରେ ଧୁଇନ୍ତୁ । ଏପରି କରିବା ଦ୍ୱାରା ଝାଳ ଏବଂ ଘିମିରି ସମସ୍ୟାରେ ମଧ୍ୟ ପଡିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More