Only for Entertainment

ଫ୍ରିଜ କିଣିବାକୁ ଯାଉଛନ୍ତିତ ଏହି ସମସ୍ତ କଥାକୁ ଅଣଦେଖା କରନ୍ତୁ ନାହିଁ ।

matzav.com
0 56

ଗରମ ଦିନ ଆସିବା ମାତ୍ରେ ଅଧିକାଂଶ ଲୋକ ଫ୍ରିଜ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି । ଆପଣ ମଧ୍ୟ ଯଦି ଫ୍ରିଜ କିଣିବାକୁ ଯୋଜନା କରିଛନ୍ତି ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ଫ୍ରିଜ କିଣିବା ସମୟରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଫ୍ରିଜ ମିଳିବ । କମ ମୂଲ୍ୟରୁ ଆରମ୍ଭ କରି ଅଧିକ ମୂଲ୍ୟ ପର୍ଯ୍ୟନ୍ତ । ବିଭିନ୍ନ ପ୍ରକାରର ଫିଚର ଦେଖିବାକୁ ମିଳିବ । କିନ୍ତୁ ଆପଣଙ୍କ ପାଇଁ ଯେ ତାହା ପ୍ରଯୁଜ୍ୟ ହେବ ଏହା ଭାବିବା ସଂପୂର୍ଣ୍ଣ ଭୁଲ । ଫ୍ରିଜ କିଣିବା ସମୟରେ ପ୍ରଥମେ ଘରର ଦ୍ୱାର ପ୍ରତି ନଜର ଦିଅନ୍ତୁ । ତାହା ମଧ୍ୟ ଦେଇ ଘରକୁ ନେବା ସମୟରେ ଫ୍ରିଜ ଯେପରି ସହଜରେ ଯାଇପାରିବ ।

ଫ୍ରିଜ ସର୍ବଦା ଚାଲିବା ଦ୍ୱାରା ବିଜୁଳି ବିଲ ଅଧିକ ଆସିଥାଏ । ତେଣୁ ବିଜୁଳି କମ କରିବା ପାଇଁ ସେହି ପ୍ରକାରର ଫ୍ରିଜ ମିଳୁଛି । କିନ୍ତୁ ଆପଣଙ୍କୁ ଷ୍ଟାର ରେଟିଂ ପ୍ରତି ନଜର ଦେବାକୁ ପଡ଼ିବ । ଅଧିକ ରେଟିଂ ଥିବା ଫ୍ରିଜ୍ର ବିଲ କମ ଆସିଥାଏ । ଗୋଟିଏ ଷ୍ଟାର ରେଟିଂର ଫ୍ରିଜରେ ଯଦି ୧୦୦ ଟଙ୍କା ବିଲ ଆସିଥାଏ ତେବେ ୫ଟି ରେଟିଂର ଫ୍ରିଜରେ ୬୯ ଟଙ୍କା ବିଲ ଆସିଥାଏ । ଏହା ୨୦ରୁ ୩୦ ପ୍ରତିଶତ ବିଜୁଳି ବିଲ କମ କରିବ । ସ୍ଲିକ ବଡିରେ ଡିଜାଇନ କରାଯାଇଥିବା ଫ୍ରିଜ ଆଣିପାରିବେ । ଏହା କିଚେନର ସୌନ୍ଦର୍ଯ୍ୟ ବଢାଇଥାଏ ।

ଯଦି ଆପଣଙ୍କୁ ଫ୍ରିଜରର ଆବଶ୍ୟକତା ନାହିଁ ତେବେ ଆପଣ ବିନା ଫ୍ରିଜରର ଫ୍ରିଜ ଆଣିପାରିବେ । ଏହା ବ୍ୟତୀତ କେତେକ ଫ୍ରିଜ ଆଂଟି ବ୍ୟକ୍ଟେରିଅଲ ଏୟାରଟାଇଟ ଗ୍ୟାସ୍କେଟ ସହିତ ମଧ୍ୟ ଆସୁଛି, ଯେଉଁଥିରେ ବାହାରର କୀଟାଣୁ ଫ୍ରିଜ ମଧ୍ୟରେ ଥିବା ଖାଦ୍ୟକୁ ପ୍ରଭାବିତ କରିନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More