Only for Entertainment

ରେଖାଙ୍କ ହାତ ଧରି ଗାଡ଼ି ପର୍ଯ୍ୟନ୍ତ ଛାଡ଼ିବାକୁ ଗଲେ ଐଶ୍ୱର୍ଯ୍ୟା,ଭିଡ଼ିଓ ଭାଇରାଲ ।

aajtak
35

ଐଶ୍ୱରୀୟା ରୟ ବଚ୍ଚନ ଏବଂ ରେଖାଙ୍କ ସବୁବେଳେ ଖାସ ବଣ୍ଡିଂ ଶେୟାର କରନ୍ତି । ବିଭିନ୍ନ ସମୟରେ ଦୁଇଜଣ ପରସ୍ପରକୁ ଖାସ ଅନ୍ଦାଜରେ ସ୍ୱାଗତ କରନ୍ତି । ଏହିଭଳି ଏକ ଖାସ ବଣ୍ଡିଂ ନିକଟରେ ଏକ ଇଭେଂଟରେ ଦେଖିବାକୁ ମିଳିଛି । ଇଭେଂଟରୁ ଦୁଇଜଣ ପରସ୍ପରର ହାତ ଧରି ବାହାରିଲେ । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଇଂଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡ଼ିଓରେ ଦୁଇଜଣ ଗୋଟିଏ ରଙ୍ଗର ଡ୍ରେସଅପରେ ନଜର ଆସିଛନ୍ତି । ଏହି ସମୟରେ ଦେଖିବାକୁ ମିଳିଛିଯେ ଐଶ୍ୱର୍ଯ୍ୟା ରେଖାଙ୍କ ହାତ ଧରି ତାଙ୍କ ଗାଡ଼ି ନିକଟକୁ ନେଇଗଲେ ଏବଂ ବିଦାୟ ଦେଲେ । କିନ୍ତୁ ଯେତେବେଳେ ରେଖା ଐଶଙ୍କୁ କହୁଛନ୍ତିଯେ ମୁଁ ତୁମକୁ ଛାଡ଼ି ଦେଉଛି, ଐଶ କହୁଛନ୍ତିଯେ ନା ପ୍ରଥମେ ଆପଣ ଆରାମରେ ଯାଆନ୍ତୁ, ମୁଁ ଏହାପରେ ଯିବି । ଦୁଇଜଣଙ୍କ ମଧ୍ୟରେ ଏହି ଖାସ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

 

ଏହା ପ୍ରଥମ ଥର ନୁହେଁ ଯେତେବେଳେ ରେଖାଙ୍କ ସହିତ ଐଶଙ୍କ କେମେଷ୍ଟ୍ରି ନଜର ଆସିଛି । ଏହା ପୂର୍ବରୁ ମଧ୍ୟ ଏକ ଇଭେଂଟରେ ରେଖାଙ୍କୁ ନିଜର ମା ବୋଲି କହି ସାରିଛନ୍ତି ଐଶ । ତେବେ ଏହା ୨୦୧୬ର ଘଟଣା, ଯେତେବେଳେ ଐଶ ରେଖାଙ୍କ ହାତରୁ ଆୱାର୍ଡ଼ ନେଇଥିଲେ । ସେହି ସମୟରେ ଐଶ କହିଥିଲେଯେ ମା’ଙ୍କ ଠାରୁ ଏହି ଆୱାର୍ଡ଼ ପାଇବା ସମ୍ମାନର କଥା । ଏହି କଥାରେ ରେଖା କହିଲେଯେ ଆଶା କରୁଛି ମୁଁ କେତେକ ବର୍ଷ ପର୍ଯ୍ୟନ୍ତ ଏହିଭଳି ଆୱାର୍ଡ଼ ଦେବି ।

 

 

View this post on Instagram

 

#Rekha with #aishwaryaraibachchan

A post shared by Viral Bhayani (@viralbhayani) on

 

View this post on Instagram

 

Aishwarya & Rekha tonight ? #aishwaryaraibachchan #aishwaryarai #rekha #friendship

A post shared by Aishwarya Rai Bachchan (@aishwaryamylife) on

ବଲିଉଡର ଅବରାମ ଜାନ ରେଖା ମଧ୍ୟ କେତେକ ସମୟରେ ଐଶଙ୍କ ପ୍ରତି ନିଜର ଭଲପାଇବା ଦେଖାଇଛନ୍ତି । ଏକ ମାଗାଜିନରେ ରେଖା ଐଶଙ୍କୁ ଏକ ଇମୋଶନାଲ ଚିଠି ମଧ୍ୟ ଲେଖିଥିଲେ । ଯେଉଁଥିରେ ଐଶଙ୍କ ସାହସ ଓ ଧୈର୍ଯ୍ୟର ଖୁବ ପ୍ରଂଶସା କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More