Only for Entertainment

ରିୟଲିଟି ଶୋ’ରେ ବଲିଉଡ ଦିବା ରେଖା ଦେବେ ଲାଇଭ ପରଫମାନ୍ସ, ଦେଖନ୍ତୁ ଟ୍ରିଜର

DNA India
0 45

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା କଲର୍ସର ପପୁଲାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୨’ରେ ନଜର ଆସିବେ । ଏହି  ସପ୍ତାହରେ ରେଖା  ଗେଷ୍ଟ ଭାବେ ‘ରାଇଜିଂ ଷ୍ଟାର-୨’ ମଂଚରେ ଯୋଗ ଦେବେ । ସବୁଠାରୁ ବଡ କଥା ହେଉଛି ରେଖାଙ୍କୁ ଏହି ଶୋ’ରେ ଲାଇଭ ଦେଖିବାକୁ ମିଳିବ । ଖବର ଅନୁସାରେ ରେଖା ଶୋ’ରେ କେବଳ ଡ୍ୟାନ୍ସ ନୁହେଁ ଗୀତ ମଧ୍ୟ ଗାଇବେ ।

ଶୋ’ର ହୋଷ୍ଟ ରବି ଦୁବେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶୋ’ର ଏକ ଟ୍ରିଜର ଶେୟାର କରିଛନ୍ତି । ଏହି ପ୍ରମୋରେ ବଲିଉଡ ଦିବା ରେଖାଙ୍କୁ କ୍ଲାସିକାଲ ଅନ୍ଦାଜରେ ଦେଖିବାକୁ ମିଳିଛି ।  ଟ୍ରିଜରରେ ରେଖା ‘ଉମରାବ ଜାନ’ର ସୁପରହିଟ ଗୀତ ‘ଆଖୋଁ କି ମସ୍ତି…’ ଗାଉଥିବାର ନଜର ଆସିଛନ୍ତି । ଏହା ସହ ରେଖା ଏକ ଶାୟରୀ କହି  ଶୋ’କୁ ଆସୁଥିବାର ସୂଚନା ଦେଉଛନ୍ତି ।

ରିପୋର୍ଟ ଅନୁସାରେ ରେଖାଙ୍କ ଏହି ଟ୍ରିଜର ଭିଡିଓ ସୋମବାର ସୁଟିଂ  କରାଯାଇଛି । ଲାଇଭ ଶୋ’ରେ  ରେଖା ପ୍ରତିଯୋଗୀମାନଙ୍କ ସହିତ ସ୍ପେଶାଲ ଆକ୍ଟ କରିବା  ମଧ୍ୟ ଦେଖିବାକୁ ମିଳିବ । ରେଖା ଏହି ଶୋ’କୁ ବହୁତ ପସନ୍ଦ କରୁଛନ୍ତି ବୋଲି ଏକ ଇଣ୍ଟରଭ୍ୟୁରେ କହିବା ସହିତ ଶୋ’କୁ ଆସିବାର ସୂଚନା ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More