Only for Entertainment

ସତରେ କ’ଣ ଅମିତାଭଙ୍କ ‘୧୦୨ ନଟ ଆଉଟ’ଖାସ ସ୍କ୍ରିନିଙ୍ଗରେ ପହଂଚିଥିଲେ ରେଖା?

aajtak
0 43

ରେଖା ଏବଂ ଅମିତାଭଙ୍କ ଯୋଡିକୁ ଦର୍ଶକ ପରଦାରେ ଖୁବ ପସନ୍ଦ କରନ୍ତି । ଏକ ସମୟରେ ରିଅଲ ଲାଇଫରେ ପ୍ରେମ କାହାଣୀକୁ ନେଇ ଦୁଇଜଣ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଦୂରତା ଆସିବା ପରେ ଏକା ସାଙ୍ଗରେ ଦୁଇ ଜଣ ଫିଲ୍ମ୍ମ କଲେନାହିଁ । ଯଦି ଅକସ୍ମାତ କେବେ ମଧ୍ୟ ଦେଖା ହୋଇଯାଏ ତେବେ ଉଭୟ ମୁହଁ ବୁଲାଇ ନିଅନ୍ତି । କିନ୍ତୁ ଲମ୍ବା ସମୟ ପରେ ରେଖା ଅମିତାଭଙ୍କ ଫିଲ୍ମ ‘୧୦୨ ନଟ ଆଉଟ’ର ସ୍କ୍ରିନିଙ୍ଗରେ ପହଂଚିଥିଲେ । ସେଠାରେ ସେ ଫିଲ୍ମ ଦେଖିବା ପରେ ବିଗ ବିଙ୍କ ପର୍ଫମାନ୍ସକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

କେତେକ ସମୟରେ ରେଖା ବିଗ ବିଙ୍କ ବୋହୂ ଏବଂ ପୁଅଙ୍କୁ ଦେଖା କରନ୍ତି । ସେମାନେ ମଧ୍ୟ ରେଖାଙ୍କୁ ସମ୍ମାନ ଦିଅନ୍ତି । କିନ୍ତୁ ଯଦି କେବେ ଜୟାଙ୍କ ସହିତ ଦେଖା ହୋଇଯାଏ ତେବେ ଜୟା କେବେ ମଧ୍ୟ ତାଙ୍କ ଫିଲିଙ୍ଗ ଲୁଚାନ୍ତି ନାହିଁ । ତାଙ୍କ ଚେହେରାରୁ ଖୁସି ହଜିଯାଏ ।


ମିଡିଆ ରିପୋର୍ଟସ ଅନୁସାରେ ରେଖାଙ୍କ ଏଭଳି ପ୍ରତିକ୍ରିୟା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ରେଖା କେବଳ ଅମିତାଭଙ୍କ ପାଇଁ ସେଠାକୁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More