ଐଶ୍ୱର୍ଯ୍ୟାଙ୍କ ନିମନ୍ତେ ରେଖାଙ୍କ ଆବେଗଭରା ଚିଠି, ଜାଣନ୍ତୁ କ’ଣ ଲେଖିଲେ ରେଖା
ବଲିଉଡର ପ୍ରସିଦ୍ଧ ଏବଂ ବରିଷ୍ଠ ଅଭିନେତ୍ରୀ ରୋଖା ଅଧିକାଂଶ ସମୟରେ ଅନ୍ୟ ଅଭିନେତ୍ରୀ ମାନଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ସ୍ନେହକୁ ପ୍ରକାଶ କରିଥାନ୍ତି । ବିଦ୍ୟା ବାଲାନ, ଦୀପିକା ପାଦୁକେନ କି ସୋନମ କପୁର ହୁଅନ୍ତୁ ସମସ୍ତେ ତାଙ୍କର ଖୁବ ନିକଟତର । ଏବଂ ରେଖା ପ୍ରତ୍ୟେକ ସମୟରେ ଏହି ଅଭିନେତ୍ରୀଙ୍କ ଅଭିନୟକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଥାନ୍ତି । ବର୍ତ୍ତମାନ ଏପରି କିଛି ସେ ପୁଣିଥରେ କରିଛନ୍ତି । ବଲିଉଡର ଆଗଧାଡିର ଅଭିନେତ୍ରୀରେ ଗଣା ଐଶ୍ୱର୍ଯ୍ୟା ରାୟଙ୍କର ବଲିଉଡରେ ଦୁଇ ଦଶକ ପୁରା ହେବା ମଉକାରେ ରେଖା ତାଙ୍କ ନାମରେ ଏକ ଇମୋସନାଲ ଲେଟର ଲେଖିଛନ୍ତି । ରେଖା ଐଶ୍ୱର୍ଯ୍ୟାଙ୍କର ଏହି ସୁନ୍ଦର ଯାତ୍ର ପାଇଁ ସେ ଶୁଭକାମନା ଜଣାଇଛନ୍ତି । ସବୁଠାରୁ ଖାସ କଥା ହେଉଛି କି ରେଖା ଚିଠିର ଅନ୍ତରେ ରେଖା ମା’ ଲେଖିଥିଲେ ।
ରେଖା ଐଶଙ୍କ ନାମରେ ଏକ ମ୍ୟାଗାଜିନରେ ଏକ ଆବେଗଭରା ଚିଠି ଲେଖି ନିଜର ଭଲପାଇବା କୁ ପ୍ରକାଶ କରିଛନ୍ତି । ରେଖା ଏହି ଚିଠି ଆରମ୍ଭରେ ଲେଖିଥିଲେ ‘ମୋ ଐଶ’ । ରେଖା ଏହି ଚିଠିରେ ଲେଖିଥିଲେ, ‘ତୁମେ ଏପରି ଜଣେ ମହିଳା ଯେ ନଦୀ ପରି କୌଣସି ବାଧାରେ ଆଗକୁ ବଢିବାକୁ ଚାହେଁ । ଏବଂ ନିଜର ପରିଚୟକୁ ନହରାଇବାର ଇଚ୍ଛା ନେଇ ନିଜ ଲକ୍ଷ୍ୟ ସ୍ଥଳରେ ପହଁଚିଥାଏ । ’
ରେଖା ଐଶ୍ୱର୍ଯ୍ୟାଙ୍କୁ ଜୀବନ୍ତ ଶକ୍ତିର ଉଦାହରଣ ଆଖ୍ୟା ଦେଇ କହିଛନ୍ତି, ‘ତୁମେ ଲୋକଙ୍କ ମନରେ ଯେଉଁ ଭାବନା ଜାଗ୍ରତ କରିଛ ତାହାକୁ ଲୋକେ କେବେ ଭୁଲି ପରିବେ ନାହିଁ ।’ ଏହା ସହିତ ରେଖା ଲଖିଥିଲେ ‘ତୁମକୁ ଯେତେ ଭୂମିକା ମିଳିଛି ତୁମେ ତାହାକୁ ଭଲ ଭାବେ ତୁଲାଇଛ କିନ୍ତୁ ଆରାଧ୍ୟାଙ୍କ ମା’ର ଭୂମିକା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ତୁମ ଖୁସି ପାଇଁ ମୁଁ ପ୍ରର୍ଥନା କରିବି । ଖୁବ ସାରା ଭଲପାଇବା, ସୁଖୀ ରୁହ…ରେଖା ମା’ ।