Only for Entertainment

ଶାହରୁଖ ଖାନଙ୍କ ସହିତ ‘ରଶ୍କେ କମର…’ରେ ଠୁମକା ଲଗାଇଲେ ରେଖା, ଦେଖନ୍ତୁ ଭିଡିଓ…

AajTak
36

ବଲିଉଡ ଅଭିନେତ୍ରୀ ରେଖା ଲମ୍ବା ସମୟରୁ ବଡ ପରଦାଠୁ ଦୂରରେ ଅଛନ୍ତି କିନ୍ତୁ ତାଙ୍କର ଚାର୍ମ ଆଜି ମଧ୍ୟ ଦେଖିବାକୁ ମିଳିଥାଏ । ଏହାକୁ ରେଖା ଲକ୍ସ ଗୋଲଡେନ ରୋଜ ଆୱାର୍ଡସରେ ପ୍ରମାଣ କରିଛନ୍ତି । ଏହି ଆୱାର୍ଡ ଶୋ’କୁ ଷ୍ଟାର ପ୍ଲସରେ ରବିବାର ଟେଲିକାଷ୍ଟ କରାଯାଇଥିଲା । ଏହି ଆୱାର୍ଡ ଶୋ’କୁ ହୋଷ୍ଟ କରିଥିଲେ ବଲିଉଡ କିଙ୍ଗ ଖାନ ଶାହରୁଖ ।

‘ଲକ୍ସ ଗୋଲଡେନ ରୋଜ ଆୱାର୍ଡ’ରେ ଅଭିନେତ୍ରୀ ରେଖାଙ୍କୁ ଟାଇମଲେସ ବ୍ୟୁଟି ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ଏହି ଆୱାର୍ଡ ଶୋ’ରେ ରେଖା ଟ୍ରାଡିସନାଲ କାଞ୍ଜିବରମ ସାଢୀରେ ନଜର ଆସିଥିଲେ । ରେଖା ଷ୍ଟେଜକୁ ଆସିବା ପରେ ଶାହରୁଖ ଖାନ ଏବଂ କରଣ ଜୋହବର ତାଙ୍କୁ ସମ୍ମାନୀତ କରିଥିଲେ । ଏହା ପରେ ଶାହରୁଖଙ୍କ ଅନୁରୋଧରେ ରେଖା ‘ରଶ୍କେ କମର’ ଗୀତରେ ଶାହରୁଖ ଖାନଙ୍କ ସହିତ ଡ୍ୟାନ୍ସ କରିଥିଲେ । ରେଖା ଏବଂ ଶାହରୁଖ ଖାନଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More