Only for Entertainment

ବନ୍ଧୁ ଏଭଳି ବ୍ୟବହାର କରୁଥିଲେ ବୁଝିଯାଆନ୍ତୁ ଯେ ଏହା ପ୍ରେମର ଇଶାରା!

61

ଆପଣ କେବେ କେବେ ଦୁଇ ବନ୍ଧୁଙ୍କୁ ଜୀବନସାଥି ହେବାର ଦେଖିଥିବେ । ଏହା ଏହି କାରଣରୁ ହୋଇଥାଏ କାରଣ ଦୁଇଜଣ ଉଭୟକୁ ଭଲ ଭାବରେ ବୁଝିପାରନ୍ତି । କିନ୍ତୁ ଆପଣ ଜାଣନ୍ତିକି ଆପଣଙ୍କ ବନ୍ଧୁ ଆପଣଙ୍କ ବିଷୟରେ କିଛି ଖାସ ଫିଲ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ବନ୍ଧୁଙ୍କ ନାମ ଶୁଣିବା ପରେ ଆପଣଙ୍କ ଚେହେରାରେ ହସ ଆସିଯାଉଛି ବା ଆପଣଙ୍କ ହାର୍ଟ ବିଟ ବଢିଯାଉଛି ତେବେ ବୁଝିନେବେଯେ ଆପଣଙ୍କୁ ପ୍ରେମ ହୋଇଯାଇଛି । ଯଦି ତାଙ୍କର ସମସ୍ତ ପରାମର୍ଶ ଏବଂ କଥା ଆପଣଙ୍କୁ ଭଲ ଲାଗୁଛି ତେବେ ବୁଝିନେବେଯେ ଆପଣଙ୍କ ହୃଦୟ ତାଙ୍କୁ ଗ୍ରୀନ ସିଗନାଲ ଦେଇ ସାରିଛନ୍ତି ।

ଝିଅମାନେ ସପିଂ ପାଇଁ ବହୁତ କ୍ରେଜି । ସେମାନେ ଘଂଟା ଘଂଟା ଧରି କିଣିଥାନ୍ତି । କିନ୍ତୁ ସପିଂ ସମୟରେ ଯଦି ଆପଣଙ୍କ ପରାମର୍ଶ ନେଉଛନ୍ତି ତେବେ ବୁଝିନେବେଯେ ଏହା ପ୍ରେମର ଇଶାରା ।

କାଲି ପର୍ଯ୍ୟନ୍ତ ଆପଣଙ୍କ ବନ୍ଧୁ ଆପଣଙ୍କର ଯେଉଁ ଡିସକୁ ପସନ୍ଦ କରୁନଥିଲେ ଯଦି ପରବର୍ତ୍ତୀ ମୁହୂର୍ତ୍ତରେ ତାହା ତାଙ୍କୁ ପସନ୍ଦ ଆସୁଛି ତେବେ ବୁଝିନେବେ ଯେ ଏହା ପ୍ରେମର ଇଶାରା । ଏହା ସହିତ ତାଙ୍କ ପସନ୍ଦର ଖାଦ୍ୟ ଅପେକ୍ଷା ଯଦି ଆପଣଙ୍କ ପସନ୍ଦର ଖାଦ୍ୟ ଭଲପାଆନ୍ତି ବୁଝିନେବେ ଏହା ପ୍ରେମର ଇଶାରା ।

ଯଦି ପ୍ରତ୍ୟେକ ସମୟରେ ଫୋନ ଉପରେ ନଜର ରହୁଥାଏ,ଆଖି ବନ୍ଦ କଲେ ତାଙ୍କ ମୁହଁ ଦେଖା ଯାଉଥାଏ ଏବଂ ଖାସ ବନ୍ଧୁଙ୍କ ମେସେଜ ଏବଂ ଫୋନ କଲର ଅପେକ୍ଷା ରହୁଥାଏ ତେବେ ବୁଝିନେବେଯେ ଏହା ପ୍ରେମର ଉଦାହରଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More