Only for Entertainment

ବିବାହ ପରେ ମଧ୍ୟ ଷ୍ଟାଟସ ମ୍ୟାରେଡ ପରିବର୍ତ୍ତେ ସିଙ୍ଗଲ ରଖିଛନ୍ତି କି?ବିବାହ ପରେ ମଧ୍ୟ ଏକା ଭ୍ରମଣ କରିବାକୁ ଯାଉଛନ୍ତି କି?ତେବେ ଏହି ସମସ୍ୟାରେ ପଡ଼ିପାରନ୍ତି ।

timesofindia
0 110

ସମସ୍ତେ ସଂପର୍କରେ ସୁରକ୍ଷିତ ରହିବାକୁ ଭଲପାଆନ୍ତି । ଏହା କେବଳ ବିବାହରେ ନୁହେଁ ବରଂ ବନ୍ଧୁତାରେ ମଧ୍ୟ । ସଂପର୍କରେ ସମସ୍ତ ଭଲପାଇବା ଏବଂ ଇମୋଶନକୁ ଏଥିରେ ନିବେଶ କରିବାକୁ ପଡ଼ିଥାଏ । କିନ୍ତୁ ବିବାହିତ ବ୍ୟକ୍ତିମାନେ ସବୁଦିନ ପାଇଁ ଏକ ବନ୍ଧନରେ ବାନ୍ଧି ହୋଇଥିବାରୁ ନିଜକୁ ସୁରକ୍ଷିତ ମନେ କରନ୍ତି । କିନ୍ତୁ ବେଳେ ବେଳେ ସେମାନେ ମଧ୍ୟ ସଂପର୍କରେ ଥାଇ ନିଜକୁ ଅସୁରକ୍ଷିତ ମନେ କରନ୍ତି । ତେବେ ଏହା ପଛରେ କେତେକ କାରଣ ରହିଛି,ଯାହାକୁ ସମସ୍ତେ ଜାଣିବା ଉଚିତ । କାରଣ ଏହା ମଧ୍ୟ ଆପଣଙ୍କୁ ସାମ୍ନା କରିବାକୁ ପଡ଼ିପାରେ । ଆସନ୍ତୁ ଆଲୋଚନା କରିବା ।

ପ୍ରଥମ କାରଣ ହେଉଛି ଯେତେବେଳେ ଜଣେ ପୁଅ ତା ମା ସହିତ ଅଧିକ ସମୟ ବିତାଇଥାଏ ବା କୌଣସି ଗମ୍ଭୀର ବିଷୟରେ ଆଲୋଚନା କରେ ତା’ ସ୍ତ୍ରୀକୁ ଏହା ସାମାନ୍ୟ କଷ୍ଟ ଲାଗିଥାଏ । କାରଣ ସେ ମଧ୍ୟ ଚାହେଁଯେ ତାକୁ ସେତିକି ଗୁରୁତ୍ୱ ଦିଆଯାଉ । କିନ୍ତୁ ଏହାପରେ ମଧ୍ୟ ବୁଝିବାକୁ ପଡ଼େଯେ ଜଣେ ପୁଅ ତା’ କର୍ତ୍ତବ୍ୟ କରିଥାଏ । କିନ୍ତୁ ଏହାପରେ ମଧ୍ୟ ସମସ୍ତ କଥାର ଭାରସାମ୍ୟ ରଖି ଜୀବନକୁ ବଂଚିବା ଉଚିତ । ଉଭୟ ପତି ଓ ପତ୍ନୀ ନିଜ ସଂପର୍କକୁ ସମାନ ଗୁରୁତ୍ୱ ଦେବା ଉଚିତ ।

ବେଳେ ବେଳେ ନିଜ ଜୀବନସାଥି ସହିତ କଥା ହେବା ସମୟରେ କିଛି କଥାକୁ ନେଇ ସ୍ତ୍ରୀ ଯେତେବେଳେ ନିଜକୁ କମ୍ଫର୍ଟେବଲ ଭାବିନଥାଏ ଏବଂ ପ୍ରତ୍ୟେକ କଥା ସେୟାର କରିନଥାଏ ସେତେବେଳେ ପୁଅଟିଏ ନିଜକୁ ଅସୁରକ୍ଷିତ ମନେ କରେ । ଏହାର ଅର୍ଥ ଝିଅଟିଏ କୌଣସି କଥାକୁ ଲୁଚାଇ ରଖିବାକୁ ଚାହୁଁଛି ବୋଲି ପୁଅମାନେ ଭାବନ୍ତି ।

ଆଜିକାଲିର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଯେତେବେଳେ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ଆକାଉଂଟ ପାସୱାର୍ଡ଼ ବା ମୋବାଇଲ ପାସୱାର୍ଡ଼କୁ ବାରମ୍ବାର ପରିବତ୍ତର୍ନ କରିଥାଏ, ସ୍ତ୍ରୀ ମାନେ ସ୍ୱଭାବିକ ଭାବେ ସନ୍ଦେହ କରନ୍ତି । ତେବେ ବୁଝିବାକୁ ପଡ଼ିବଯେ ହୁଏତ ନିଜ ଅଫିସିଆଲ ଡାଟାକୁ ସୁରକ୍ଷିତ କରିବା ପାଇଁ ସେମାନେ ଏଭଳି କରନ୍ତି । ଏହା ସହିତ ଜଣେ ପୁଅ ମଧ୍ୟ ଏହାକୁ ସେତିକି ଗୁରୁତ୍ୱ ଦେବା ଉଚିତ ଏବଂ ନିଜ ପତ୍ନୀକୁ ଏହି ବିଷୟରେ କହିବା ଉଚିତ ।

ଜଣେ ପୁଅ ଯେତେବେଳେ ତା ପତ୍ନୀ ସହିତ ଯୌନ କଥା ହେବାକୁ ଇଛା କରିଥାଏ ଝିଅଟିଏ ବେଳେ ବେଳେ ଆଶ୍ଚର୍ଯ୍ୟଚକିତ ହୋଇଥାଏ । ତେଣୁ ପୁଅଟିଏ ତା ମନ କଥା ସେୟାର କରିପାରେ ନାହିଁ । ତେଣୁ ଏହି ସ୍ଥାନରେ ପୁଅଟିଏ ନିଜକୁ ଅସୁରକ୍ଷିତ ମନେ କରିଥାଏ ।

ବିବାହିତ ହୋଇଥିବା ସତ୍ତେ୍ୱ ମଧ୍ୟ ସୋସିଆଲ ମିଡିଆରେ ଜଣେ ପୁଅ ତା ଷ୍ଟାଟସକୁ ମ୍ୟାରେଡ ପରିବର୍ତ୍ତେ ସିଙ୍ଗଲ ରଖିଲେ ସ୍ତ୍ରୀ ମନରେ ସନ୍ଦେହ ସୃଷ୍ଟି ହୋଇଥାଏ । ବେଳେବେଳେ ପତ୍ନୀ କହିବାେ ପରେ ମଧ୍ୟ ପତି କୌଣସି ପରିବର୍ତ୍ତନ ଆଣିନଥାଏ । ସେହି ସ୍ଥାନରେ ଝିଅଟିଏ ନିଜକୁ ଅସୁରକ୍ଷିତ ମନେ କରିଥାଏ । ତେଣୁ ଜଣେ ପୁଅ ଏହି କଥାକୁ ଗୁରୁତ୍ୱ ଦେବା ଉଚିତ ଏବଂ ଷ୍ଟାଟସ ବଦଳାଇବା ଉଚିତ ।

ଯେତେବେଳେ ଜଣେ ବିବାହିତ ବ୍ୟକ୍ତି ଏକା ଭ୍ରମଣ କରିବାକୁ ଯାଏ ସେହି ସମୟରେ ତା ସ୍ତ୍ରୀ ନିଜକୁ ଅସୁରକ୍ଷିତ ମନେ କରେ । ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ସୃଷ୍ଟି ହୋଇଥାଏ । ତେଣୁ ଏହି କଥାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ ।
ବେଳେ ବେଳେ ଏକ୍ସ ବଏଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡକୁ ଯଦି ନିଜ ପତି କିମ୍ବା ପତ୍ନୀର ଫ୍ରେଣ୍ଡଲିଷ୍ଟରେ ଦେଖନ୍ତି ତେବେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ତେବେ ଏହି କଥାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ । କାରଣ ଏହି ଛୋଟ ଛୋଟ କଥାରେ ସଂପର୍କରେ ତିକ୍ତତା ଆସିଥାଏ ଏବଂ ଉଭୟ ଅସୁରକ୍ଷିତ ମନେ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More