Only for Entertainment

ସ୍ଥିର ହେଲା କପିଲ ଦେବଙ୍କ ଉପରେ ଆଧାରିତ ଫିଲ୍ମ ‘୮୩’ର ରିଲିଜ ଡେଟ !

37

କବୀର ଖାନଙ୍କ ଆଗାମୀ ଫିଲ୍ମ ରଣବୀର ସିଂ ଷ୍ଟାରର ‘୮୩’ର ରିଲିଜ ଡେଟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ରଣବୀର ସିଂ କ୍ରିକେଟର ରୂପେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଏଠାରେ କହି ରଖୁଛୁ ଯେ, ଫିଲ୍ମ ‘୮୩’ କପିଲ ଦେବଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମରେ ଭାରତୀୟ କ୍ରିକେଟ ଟିମରେ ପ୍ରଥମ ଥର ୱାର୍ଲ୍ଡ କପ୍ ଜିତିଥିବା ଯାତ୍ରାକୁ ନେଇ ଆଧାରିତ ।

ନିର୍ମାତା ଏକ ଟିଜର ଜରିଆରେ ‘୮୩’ର ରିଲିଜ ଡେଟ ଅନାଉଂସ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ୧୦ଅପ୍ରେଲ ୨୦୨୦ରେ ରିଲିଜ ହେବ । ଖବର ମୁତାବକ ଏହି ଫିଲ୍ମ ପାଇଁ ନିଜେ କପିଲ ଦେବ ରଣବୀର ସିଂଙ୍କୁ ତାଲିମ ଦେଉଛନ୍ତି । ନିର୍ମାତା ଏହି ଭିଡିଓରେ ଏହା ମଧ୍ୟ କହିଛନ୍ତି ଫିଲ୍ମର ଅନ୍ୟ ଭୂମିକାମାନଙ୍କୁ ପରିଚିତ କରାଇବେ ।

ଏହି ଫିଲ୍ମ ଭାରତୀୟ କ୍ରିକେଟ ଟିମ ଐତିହାସିକ ଜୟ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ବଲିଉଡ କଳାକାରଙ୍କ ସହ କ୍ରିକେଟର ମଧ୍ୟ ଅପେକ୍ଷା କରି ରହିଛନ୍ତି । ଖୁବ ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ଫିଲ୍ମର ଫିମେଲ ଲିଡ ପାଇଁ ଦୀପିକାଙ୍କୁ ନିଆ ଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More