Only for Entertainment

ରିଲିଜ ହେଲା ଫିଲ୍ମ ‘ଜାବରିୟା ଯୋଡି’ର ଜବରଦସ୍ତ ଗୀତ ‘ଖଡକେ ଗ୍ଲାସି’ !

35

ବଲିଉଡ ଅଭିନେତା ସିଦ୍ଧାର୍ଥ କପୂର ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟାଁ ଯୋଡ଼ି’ର ଆଉ ଏକ ଗୀତ  ରିଲିଜ ହୋଇ ସାରିଛି । ଗୀତରେ ସିଦ୍ଧାର୍ଥଙ୍କ ସହିତ ନଜର ଆସିଛନ୍ତି ପରିଣୀତି ଚୋପ୍ରା । ଗୀତର ବୋଲ ରହିଛି ‘ଖଡକେ ଗ୍ଲାସି’, ଯାହା ଖୁବ ମସ୍ତୀ ଭରା ହୋଇଛି ।

ଏହି ଗୀତକୁ ଦେଖିବା ପରେ ଆପଣ ନିଜକୁ ଡ୍ୟାନ୍ସ କରିବାରୁ ଅଟକାଇ ପାରିବେନି । ଏହାକୁ ଆପଣ ବରଯାତ୍ରୀରେ ମଧ୍ୟ ବ୍ୟବହାର କରିପାରିବେ । ଗୀତକୁ ଗାଇଛନ୍ତି ୟୋ ୟୋ ହନି ସିଂ, ଅଶୋକ ମାଷ୍ଟି ଏବଂ ଜ୍ୟୋତିକା ଟାଙ୍ଗରୀ । ଦର୍ଶକ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଗତକାଲି ରିଲିଜ ହୋଇଥିବା ଏହି ଗୀତକୁ ଖୁବ କମ ସମୟରେ ୩ମିଲିଅନରୁ ଉଦ୍ଧ୍ୱର୍ ଥର ଦେଖା ସରିଲାଣି ।

ଫିଲ୍ମର କାହାଣୀ କଥା ଯଦି ଆଲୋଚନା କରିବା ତେବେ ଏହା ବିହାରରେ ହେଉଥିବା ପକଡ଼ୱା ବିବାହ ବା ଜବରଦସ୍ତ ଉଠାଇ ନେଇ କରାଯାଉଥିବା ବିବାହ ଉପରେ ପର୍ଯ୍ୟବେଷିତ ଏକ କାହାଣୀ ।

ଫିଲ୍ମରେ ପରିଣୀତି ଏବଂ ସିଦ୍ଧାର୍ଥଙ୍କ ବ୍ୟତୀତ ସଂଜୟ ମିଶ୍ରା, ଅପାରଶକ୍ତି ଖୁରାନା, ଜାଭେଦ ଜାଫରୀ ଏବଂ ନିଜର ସୁଦ ଆଦି ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପ୍ରଶାନ୍ତି ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More