Only for Entertainment

ୟୁଟ୍ୟୁବରେ ରିଲିଜ୍ ହେଲା ରୋମାଂଟିକ୍ ଗୀତ ‘ମୋ ଘର ବାଟ ଦେଇ’ , ଶୁଣିବାକୁ ମିଳିଲା କୁଲଦୀପ ପଟ୍ଟନାୟକଙ୍କ ଗାୟିକୀ !

146

ୟୁଟ୍ୟୁବରେ ମୁକ୍ତିଲାଭ କଲା ଏକ ଧୁମ୍ ଧମାଲ୍ ଓଡିଆ ଗୀତ । ଭିଟ୍ୟୁନ୍ ପ୍ରୋରେ ମୁକ୍ତିଲାଭ କରିଥିବା ଏହି ଗୀତରେ ଦେଖିବାକୁ ମିଳିଛି ଏକ ନିଆରା ଲଭଷ୍ଟୋରୀ । ଗୀତରେ ଶୁଣିବାକୁ ମିଳିଛି କୁଲଦୀପ୍ ପଟ୍ଟନାୟକଙ୍କ ଗାୟିକୀ । ଗୀତରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଶୈଳେନ୍ଦ୍ର ଓ ତନୁଶ୍ରୀ ।

ଅନେକ ମ୍ୟୁଜିକ୍ ଭିଡିଓ ଏବଂ ୱେବ୍ ସିରିଜରେ ଅଭିନୟ କରି ଓଡିଆ ଦର୍ଶକଙ୍କ ଗହଣରେ ଲୋକପ୍ରିୟ ହୋଇଥିବା ଅଭିନେତା ଶୈଳେନ୍ଦ୍ର, ଭେଟି ଦେଇଛନ୍ତି ଏକ ଜବରଦସ୍ତ ମ୍ୟୁଜିକ୍ ଭିିଡିଓ । ଗୀତର ଟାଇଟେଲ୍ ରହିଛି ‘ମୋ ଘର ବାଟ ଦେଇ’ । ଗୀତରେ ସ୍ଥାନ ପାଇଛି ଏକ ନିଆରା ଲଭଷ୍ଟୋରୀ । ଏହାସହ ନାୟକ ଶୈଳେନ୍ଦ୍ରଙ୍କ ଜବରଦସ୍ତ ଡ୍ୟାନ୍ସ ଏହି ଗୀତକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଏଥିରେ ଶୈଳେନ୍ଦ୍ରଙ୍କ ନାୟିକା ଭାବେ ନଜର ଆସିଛନ୍ତି ତନୁଶ୍ରୀ । ଭିଟ୍ୟୁନ୍ ପ୍ରୋ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ଶୁଣିବାକୁ ମିଳିଛି କୁଲଦୀପ ପଟ୍ଟନାୟକଙ୍କ ଆକର୍ଷଣୀୟ ଗାୟିକୀ ।

ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସାଦ୍ ନିଜାମ୍ । ଆଉ ଏହାର ଲିରିକ୍ସ ଦେଇଛନ୍ତି ତପୁ ନାୟକ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି । ସୋସିଆଲ୍ ମିଡିଆରେ ଏହି ମ୍ୟୁଜିକ୍ ଭିଡିଓର ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More