Only for Entertainment

ରିଲିଜ ହେଲା ରୋମାଂଟିକ ମ୍ୟୁଜିକ ଭିଡିଓ ‘ରାଂଝଣା’ ।

youtube
0 48

ଓଲିଉଡର ପପୁଲାର୍ ସିଙ୍ଗର ହ୍ୟୁମାନ ସାଗରଙ୍କ କଣ୍ଠରେ ଶୁଣିବାକୁ ମିଳିଛି ଆଉ ଏକ ରୋମାଂଟିକ୍ ଗୀତ । ଏହି ଗୀତର ଟାଇଟେଲ୍ ରହିଛି ‘ରାଂଝଣା’ । ଏଥିରେ ଦେଖିବାକୁ ମିଳିଛି ଟେଲିଭିଜନର ପପୁଲାର ନାୟକ ଚିନ୍ମୟ ଓ ଅଭିନେତ୍ରୀ କାବ୍ୟାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ । ଆକର୍ଷଣୀୟ ସଙ୍ଗୀତ ଆଉ ମନଲୋଭା ଲୋକେସନରେ କରାଯାଇଛି ଏହି ଗୀତର ସୁଟିଂ । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ରିଲିଜ ହେଲା ରୋମାଂଟିକ ମ୍ୟୁଜିକ ଭିଡିଓ ‘ରାଂଝଣା’ । ଏହି ରୋମାଂଟିକ ଭିଡିଓରେ ନାୟକ ଭାବେ ନଜର ଆସିଛନ୍ତି ଟିଭି ଦୁନିଆର ପପୁଲାର୍ ଷ୍ଟାର୍ ଚିନ୍ମୟ ମିଶ୍ର । ଆଉ ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଓଲିଉଡ ସୁନ୍ଦରୀ କାବ୍ୟା କିରଣ । ଲେଡି ବର୍ଡ ଏଂଟରଟେନମେଂଟ୍ ଓ ଆଂଜେଲ ବି ମିଡିଆ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର କେ. ସିହ୍ନା । ଗୀତରେ ଚିନ୍ମୟ ଓ କାବ୍ୟାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଗୀତଟି ଆମର ମ୍ୟୁଜିକ ଓଡିଆ ଦ୍ୱାରା ୟୁଟୁବରେ ରିଲିଜ୍ କରାଯାଇଛି ।

ଗୀତର ପିକଚରାଇଜେସନ ଯେତିକି ଆକର୍ଷଣୀୟ ରହିଛି ସେତିକି ଆକର୍ଷଣୀୟ ରହିଛି ଏହାର ସଙ୍ଗୀତ । ଅନେକ ଦିନ ପରେ ଗୁଡଲି ରଥଙ୍କ ସଙ୍ଗୀତର ଯାଦୁ ଶୁଣିବାକୁ ମିଳିଛି ଏହି ଗୀତରେ । ଏହି ଦମଦାର୍ ମ୍ୟୁଜିକରେ ଚାର୍ ଚାନ୍ଦ ଲଗେଇ ଦେଇଛି ହ୍ୟୁମାନ୍ ସାଗର୍ଙ୍କ ଭଏସ । ଏହି ରୋମାଂଟିକ ଗୀତକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ଏହାର ଚାହିଦା ବେଶ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More