Only for Entertainment

ରିଲିଜ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଫିଲ୍ମ ‘ନିମକି – ନିମପୁରରୁ ନବିନ ନିବାସ’ !

55

ବହୁ ଚର୍ଚ୍ଚା, ଅନେକ ଆଲୋଚନା ପରେ ଶେଷରେ ପରଦାକୁ ଆସିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ‘ନିମକି – ନିମପୁରରୁ ନବିନ ନିବାସ’ର ଆଉ ଏକ ଟ୍ରେଲର୍ । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କ୍ରିଏଟିଭ୍ ଡିରେକ୍ଟର୍ ସୁଶାନ୍ତ ମଣି ।

ପରଦାରେ ‘ନିମକି’ଙ୍କ ଅସାଧାରଣ ଯାତ୍ରା । ସୁଶାନ୍ତ ମଣିଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ନିମକି- ନିମପୁରରୁ ନବିନ ନିବାସ’ ଆସିଛି ପରଦାକୁ । ସିନେମାରେ ସ୍ଥାନ ପାଇଛି ନିମପୁରର ଏକ ସାଧାରଣ ଝିଅର ଅସାଧାରଣ କାହାଣୀ । ଚଳଚ୍ଚିତ୍ରରେ ନିମକି ଚରିତ୍ରକୁ ତୁଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଛୋଟ ଝିଅ ଟିଏ କିପରି ନିଜ ବାପାଙ୍କ ଆଦର୍ଶକୁ ମାନି ଗାଁ, ମାଟିର ଉନ୍ନତି କରିବାର ସ୍ୱପ୍ନ ଦେଖେ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଗାଁରୁ ସହର ଆସେ ନିମ୍କି । ଏହାରି ଭିତରେ ବହୁ ଅସୁବିଧା କୁ ସାମ୍ନା କରେ । ସିନେମାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଗାଁର ଝିଅ ଭାବେ ଦେଖିବାକୁ ମିଳିଛି । ଏହି ସିନେମାର ପ୍ରିମିୟର୍ ଶୋ କଟକରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମେକର୍, ଡିରେକ୍ଟରଙ୍କ ସହ ଫିଲ୍ମର କଳାକାର ମାନଙ୍କୁ ଦେଖିବାକୁ ମିଳିଥିଲା ।

ପ୍ରଥମ ଥର ପାଇଁ ସିନେମାରେ ଏମିତି ଏକ ଭିନ୍ନ ଚରିତ୍ର କରିବାରେ ନଜର ଆସିଛନ୍ତି ବର୍ଷା । ଏକ ଭିନ୍ନ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ଆଉ ଏହି ସିନେମାର କନସେପ୍ଟ ଦେଇଛନ୍ତି ନାୟିକା ବର୍ଷା । ଚଳଚ୍ଚିତ୍ର ନିମକିରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ୍ ସାଗର୍, ସୋହିନୀ ମିଶ୍ରଙ୍କ ସ୍ୱରରେ ଭିନ୍ନ ସ୍ୱାଦର ଗୀତ ଶୁଣିବାକୁ ମିଳିଛି ଏହି ଫିଲ୍ମରେ । ଯାହା ଅଲରେଡି ସ୍ରୋତାଙ୍କୁ ପସନ୍ଦ ଆସି ପାରିଛି ।
ଫିଲ୍ମର ଗୀତ ଗୁଡିକ ହୋଇଛି ହିଟ୍ । ଆଉ ଏବେ ସିନେମାଟି ଦର୍ଶକଙ୍କୁ କେତେଦୁର ପସନ୍ଦ ଆସୁଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More