Only for Entertainment

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ଫିଲ୍ ମାଇ ଲଭ୍ ।

youtube
0 91

ଓଡିଶା ଆଲବମ୍ ଜଗତର କିଙ୍ଗ ବୋଲାଉଥିବା ଲୁବୁନ୍ – ଟୁବୁନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରୋମାଂଟିକ ଭିଡିଓଟି ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଏହି ରୋମାଂଟିକ୍ ଗୀତଟି ଚହଳ ସୃଷ୍ଟି କରିଛି ଓଡିଆ ସଙ୍ଗୀତ ଜଗତରେ । ଆକର୍ଷଣୀୟ ସଙ୍ଗୀତ ଆଉ ଦମଦାର୍ ଗାୟକି ଶୁଣିବାକୁ ମିଳିଛି ଏହି ରୋମାଂଟିକ୍ ଗୀତରେ ।

ୟୁଟୁବରେ ରିଲିଜ୍ ହେବାର ୨ ଦିନ ଭିତରେ ଏହାକୁ ପାଖାପଖି ୪ ଲକ୍ଷ ଦର୍ଶକ ଦେଖି ସାରିଲେଣି । ଏହି ରୋମାଂଟିକ୍ ଗୀତରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଲୁବୁନ୍ ଏବଂ ମନଶ୍ୱିନୀ । ଲୁବୁନ୍ – ଟୁବୁନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଛି ନାୟକ, ନାୟିକାଙ୍କ ଜବରଦସ୍ତ ଡ୍ୟାନ୍ସ ଓ ରୋମାନ୍ସ । ଭିନ୍ନ ଭିନ୍ନ ଆକର୍ଷଣୀୟ ଲୋକେସନରେ ଏହି ଗୀତର ସୁଟିଂ କରାଯାଇଛି ।

ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ପ୍ରଜ୍ଞା ହୋତା । ଗୀତର ସଙ୍ଗୀତ ଲଳିତ୍ କୁମାର୍ ଦେଇଥିବାବେଳେ ଲିରିକ୍ସ ଦେଇଛନ୍ତି ବାପୁ ଗୋସ୍ୱାମୀ । ପିଆରଏସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ – ଟୁବୁନ୍ । ଫିଲ ମାଇ ଲଭ୍ ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More