ଆଗାମୀ ବଲିଉଡ୍ ମୁଭି ସୁରମାର ଆନ୍ଥେମ୍ ମୁକ୍ତିଲାଭ କରିଛି । ଗୀତରେ ଶଙ୍କର ମହାଦେବନଙ୍କ ଜବରଦସ୍ତ ଗାୟିକି ଶୁଣିବାକୁ ମିଳିଛି । ଗୁଲଜାରଙ୍କ ଲିରିକ୍ସ ସହ ଶଙ୍କରଙ୍କ ଗାୟିକି ବେଶ ଆକର୍ଷଣୀୟ ହୋଇ ପାରିଛି । ମୁକ୍ତିଲାଭ କରିଥିବା ଏହି ଟାଇଟେଲ୍ ଟ୍ରାକରେ ଅଭିନେତା ଦଲଜୀତ୍ ଦୋସାଂଜଙ୍କ ହକି ଖେଳାଳୀ ଭାବେ ଷ୍ଟ୍ରଗଲ୍ ଦେଖିବାକୁ ମିଳିଛି ।
ଫିଲ୍ମରେ ଜାତୀୟ ହକି ଖେଳାଳୀ ସନ୍ଦୀପ ସିଂଙ୍କ ଚରିତ୍ରକୁ ପରଦାରେ ତୋଳିଛନ୍ତି ଅଭିନେତା ଦଲଜୀତ୍ । ସିନେମାରେ ଅଭିନେତ୍ରୀ ତାପସି ପନ୍ନୁଙ୍କୁ ଦଲଜୀତଙ୍କ ନାୟିକା ଭାବେ ଦେଖିବାକୁ ମିଳିବ । ଏହି ବାଓପିକ୍ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଶଙ୍କର ଏହସାନ୍ ଲୟ । ୧୩ ଜୁଲାଇରେ ମୁକ୍ତିଲାଭ କରିବ ସୁରମା ।