Only for Entertainment

ଭଗବାନ ଗଣେଶଙ୍କ ନିକଟରେ କ’ଣ ପାଇଁ ମୋଦକ ଭୋଗ ଲାଗେ, ଜାଣନ୍ତୁ

punjabkeshari
46

ହିନ୍ଦୁ ଧର୍ମରେ ବହୁତ ପ୍ରଥା ପ୍ରଚଳିତ । ଆଜି ସେହି ମାନ୍ୟତା ମଧରୁ ଗୋଟିଏ ବିଷୟରେ ଆମେ ଆଲୋଚନା କରିବା । ଯେଭଳି ଆମର କିଛି ପ୍ରିୟ ଖାଦ୍ୟ ରହିଥାଏ ଠିକ ସେହିଭଳି ଭଗବାନଙ୍କର ମଧ୍ୟ ଏକ ପ୍ରି୍ରୟ ଖାଦ୍ୟ ରହିଥାଏ । ପ୍ରତ୍ୟେକ ଭଗବାନଙ୍କା ପସନ୍ଦ ଅନୁସାରେ ଆମେ ତାଙ୍କ ନିକଟରେ ଭୋଗ ଲଗାଇଥାଉ । ତେବେ ଭଗବାନ ଗଣେଶଙ୍କୁ ପସନ୍ଦ ମୋଦକ । କ’ଣ ପାଇଁ ପ୍ରଭୁ ଗଣେଶଙ୍କର ଏହା ପ୍ରିୟ ଆସନ୍ତୁ ଆଲୋଚନା କରିବା ।

ଏକ ପୌରାଣିକ କଥା ଅନୁସାରେ ଥରେ ଋଷି ଅତ୍ରି ଏବଂ ତାଙ୍କ ପତ୍ନୀ ଭଗବାନ ଗଣେଶଙ୍କୁ ତାଙ୍କ ଘରକୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଗଣେଶଙ୍କୁ ଅନସୂୟା ଖାଦ୍ୟ ପରଶିଲେ । ତେବେ ଅନସୂୟା ଖାଦ୍ୟ ପରଶିବା ମାତ୍ରେ ଗୋଟିଏ ଥରକେ ଖାଇ ଦେଉଥିଲେ ଗଣେଶ । ବାରମ୍ବାର ଏଭଳି ହେବା ଦ୍ୱାରା ଅନସୂୟା ଚିନ୍ତାରେ ପଡ଼ିଗଲେ । ସେ ଭାବିଲେ ଯଦି ଗଣେଶଙ୍କ ପେଟ ନପୂରିବ ତେବେ କିଛି ଭଲ ହେବ ନାହିଁ । ଘରକୁ ଡାକିଥିବା ଅତିଥିଙ୍କୁ ପେଟ ପୂରାଇ ଖାଇବାକୁ ଦେବା ଉଚିତ । ଖୁବ ଚିନ୍ତିତ ହେବା ପରେ ଅନସୂୟାଙ୍କୁ ଏକ ବୁଦ୍ଧି ଦେଖାଗଲା । ସେ ଭାବିଲେ ଯଦି ଖାଇବା ପରେ ଭଗବାନ ଗଣେଶଙ୍କୁ କିଛି ମିଠା ପରସି ଦିଆଯାଏ ତେବେ ତାଙ୍କ ଭୋକ ଶାନ୍ତ ହୋଇଯିବ । ଏହି ମଧ୍ୟରେ ସେ ପ୍ରଭୁ ଗଣେଶଙ୍କ ସାମ୍ନାରେ ମୋଦକ ଥାଳି ରଖିଦେଲେ । ତାହାକୁ ଖାଇ ଖୁସିରେ ପ୍ରଭୁ ଝୁମି ଉଠିଲେ । ମିଠା ମିଠା ଲଡ଼ୁ ତାଙ୍କ ପାଟିରେ ଅତି ସହଜରେ ପଶି ଯାଉଥିଲା । ମିଠା ଯୋଗୁଁ ଗଣେଶଙ୍କ ପେଟ ପୂରିଗଲା ଏବଂ ମନ ମଧ୍ୟ ଶାନ୍ତ ହୋଇଗଲା । ଥରେ ମାତା ପାର୍ବତୀ ଗଣେଶଙ୍କ ସାମ୍ନାରେ ଲଡ଼ୁ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଏହାକୁ ଖାଇବାକୁ ଇଛା କରିଥିଲେ ଗଣେଶ । ପରେ ମା ତାଙ୍କୁ ମୋଦକ ଦେବା ପରେ ମନ ଖୁସି ହୋଇ ଯାଇଥିଲା । କୁହାଯାଏ ଏହି କାରଣରୁ ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ ପସନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More