Only for Entertainment

କାହିଁକି ଭଗବାନ ହନୁମାନଙ୍କୁ ସିନ୍ଦୁର ଚଢାଯାଏ ।

Quora
44

ପୌରାଣିକ କଥା ଅନୁସାରେ ଭଗବାନ ହନୁମାନ ମା ସୀତାଙ୍କୁ ସିନ୍ଦୁର ପିନ୍ଧୁଥିବାର ଦେଖି ନେଇଥିଲେ । ମା’ଙ୍କୁ ଏଭଳି କରିବାର ଦେଖି ସେ ଏହାର କାରଣ ପଚାରିଲେ । ଏହାର ଉତ୍ତରରେ ମା ସୀତା କହିଲେ ଏହା ଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଥାନ୍ତି ଏବଂ ମୋର ଏଭଳି କରିବା ଦ୍ୱାରା ସେ ଦୀର୍ଘାୟୁ ହେବେ । ତେଣୁ ପ୍ରତିଦିନ ମଥାରେ ସିନ୍ଦୁର ଲଗାଉଛି । ଏହାପରେ ହନୁମାନଙ୍କ ମନରେ ଏକ କଥା ଆସିଲା, ଯଦି ମା’ ଏତିକି ସିନ୍ଦୁର ଲଗାଇବା ଦ୍ୱାରା ପ୍ରଭୁ ପ୍ରସନ୍ନ ହେଉଛନ୍ତି ଏବଂ ସେ ଦୀର୍ଘାୟୁ ହେବେ ତେବେ ମୁଁ ଯଦି ମୋ ସାରା ଶରୀରରେ ସିନ୍ଦୁର ଲଗାଇବି ତେବେ ମୋ ପ୍ରଭୁ ଅମର ହୋଇଯିବେ । ତାହା ପରଠାରୁ ହନୁମାନ ଏଭଳି କରିବା ଆରମ୍ଭ କରିଦେଲେ । ଯେତେବେଳେ ସେ ସାରା ଶରୀରରେ ସୁନ୍ଦୁର ଲଗାଇ ପ୍ରଭୁ ରାମଙ୍କ ନିକଟକୁ ଗଲେ ପ୍ରଭୁ ଏହାର କାରଣ ପଚାରିଲେ ଏବଂ ହନୁମାନଙ୍କ ଠାରୁ ପୂରା କାହାଣୀ ଶୁଣିବା ପରେ ସେ ଏତେ ପ୍ରସନ୍ନ ହେଲେଯେ ହନୁମାନଙ୍କୁ କୁଣ୍ଢାଇ ପକାଇଲେ । ଏହା ପରଠାରୁ ଏହି ପରମ୍ପରା ଚାଲୁଅଛି । ପ୍ରତି ମଙ୍ଗଳବାରକୁ ହନୁମାନଙ୍କୁ ସିନ୍ଦୁର ଚଢାଯାଉଛି ।

କୁହାଯାଏ ଏଭଳି କରିବା ଦ୍ୱାରା ବ୍ୟକ୍ତିର ମନୋସ୍କାମନା ପୂରା ହୁଏ । ଏହା ମଧ୍ୟ ମନେ ରଖିବେଯେ ଯେପରି ମହିଳାମାନେ ସିନ୍ଦୁର ନ ଚଢାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More