Only for Entertainment

ରେମୋ ଡିସୁଜା ସୁଟିଂ ସେଟରୁ ଶେୟାର କଲେ ବରୁଣ ଏବଂ ଶ୍ରଦ୍ଧାଙ୍କ ଫଟୋ !

Deccan Chronicle
46

ନିର୍ଦ୍ଦେଶକ – କୋରିଓଗ୍ରାଫର ରେମୋ ଡିସୁଜା ଏବେ ନିଜ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର ୩ଡି’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଖୁବ ଜୋରସୋରରେ ଚାଲିଛି । ଏହାମଧ୍ୟରେ ରେମୋ ସୁଟିଂ ସେଟରୁ ଶ୍ରଦ୍ଧା ଏବଂ ବରୁଣଙ୍କ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ରେମୋ ଡିସୁଜାଙ୍କ ବ୍ୟତୀତ ବରୁଣ ଧୱନ ଏବଂ ଶ୍ରଦ୍ଧା ମଧ୍ୟ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି ।

ମିଳିତ ତଥ୍ୟ ମୁତାବକ, ଫିଲ୍ମର କ୍ଲାଇମାକ୍ସ ସୁଟିଂ ପାଇଁ ସାରା ଦୁନିଆରୁ ୧୦ରୁ ଅଧିକ ଡାନ୍ସ ଟିମ ଅଣାଯାଇଛି । ଫିଲ୍ମ ସୁଟିଂ ଚଳିତ ମାସ ଶେଷ ଆଡକୁ ସରିଯିବ ବୋଲି ଅନୁମାନ ହେଉଛି । ଏହି ଫିଲ୍ମରେ ବରୁଣ ଏବଂ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ନଜର ଆସିବେ ।

 

View this post on Instagram

 

Caption this 🙂 #sd3 #streetdancer3d @varundvn @shraddhakapoor @tseries.official @lizelleremodsouza @vishalsaxenaphotography

A post shared by Remo Dsouza (@remodsouza) on

ଦୁହିଁଙ୍କ ବ୍ୟତୀତ ଏହି ଫିଲ୍ମରେ ପ୍ରଭୁ ଦେବା, ରାଘବ ଜୁୟାଲ, ପୁନୀତ ପାଠକ, ଧର୍ମେଶ ୟେଲାଂଡେ ଏବଂ ନୋରା ଫତେହି ମଧ୍ୟ ନଜର ଆସିବେ । ପ୍ରଥମେ ଏହି ଫିଲ୍ମ ନଭେମ୍ବରରେ ରିଲିଜ ହେବାକୁ ଥିଲା । କିନ୍ତୁ ଏହା ୨୦୨୦ର ଆରମ୍ଭ ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More