Only for Entertainment

ରାତି ସାଢେ ତିନିଟାରେ ସଲମାନଙ୍କ ଘରେ ପହଂଚିଲେ ରେମୋ, ଜାଣନ୍ତୁ ପୂରା ମାମଲା ।

India Today
46

ବଲିଉଡରେ ସଲମାନଙ୍କ ସହିତ ଶତ୍ରୁତା ସମସ୍ତଙ୍କୁ ମହଙ୍ଗା ପଡ଼ିଯାଏ । ତେଣୁ ସମସ୍ତେ ତାଙ୍କ ସହିତ ମଧୁର ସଂପର୍କ ରଖନ୍ତି । ନିକଟରେ ରେମୋ ଡିସୁଜାଙ୍କ ସହିତ ସଲମାନଙ୍କର ସହିତ କିଛି ସେହିଭଳି ହୋଇଛି । କୁହାଯାଉଛିଯେ ଫିଲ୍ମ ରେସ ଥ୍ରି ସୁଟିଂ ସମୟରେ କିଛି ଦୃଶ୍ୟକୁ ନେଇ ଦୁଇଜଣଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଯାହା ପରେ ପରେ ଘଟିଥିଲା ଆଉ ଏକ ଦୁର୍ଘଟଣା । କାରଣ ହେଉଛି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଗଲା । ଏହି ଯୋଗୁଁ ଦୁଇଜଣଙ୍କ ମଧ୍ୟରେ ସଂପର୍କ ଅଧିକ ବିଗିଡ଼ିଗଲା । ଏବେ କିନ୍ତୁ ସଲମାନ ରେମୋଙ୍କ ସହିତ ପୂର୍ବଭଳି ଭଲ ଭାବରେ ମିଶୁଥିବାର ନଜର ଆସିଛି । ଏହା ଦେଖି ଜଚ୍ଚାପଡ଼ୁଛି ଦୁଇଜଣଙ୍କମଧ୍ୟରେ ବନ୍ଧୁତା ପୂର୍ବଭଳି ଠିକ ହୋଇଯାଇଛି ।

ବାସ୍ତବରେ ସଲମାନ ଏବେ ଫିଲ୍ମ ଭାରତକୁ ନେଇ ଖୁବ ବ୍ୟସ୍ତ ରହୁଛନ୍ତି । ଏହି ମଧ୍ୟରେ ରେମୋ ସଲମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ନିକଟରେ ରେମୋ ସଲମାନଙ୍କୁ ସାକ୍ଷାତ କରିବାକୁ ଫିଲ୍ମ ଭାରତର ସେଟ ନିକଟରେ ପହଂଚିଥିଲେ, କିନ୍ତୁ ସଲମାନ ଖୁବ ବ୍ୟସ୍ତ ଥିବା ଯୋଗୁଁ ରେମୋଙ୍କୁ ସାକ୍ଷାତ କରିପାରି ନଥିଲେ ଏବଂ ରାତିରେ ଘରକୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଯାହାପରେ ରେମୋ ରାତି ୩ଟା ୩୦ରେ ସଲମାନଙ୍କ ଘରେ ପହଂଚିଥିଲେ ।

ତେବେ ଦୁଇଜଣଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଏବେ ସାମ୍ନାକୁ ଆସିନାହିଁ । କିନ୍ତୁ କୁହାଯାଉଛି ପୁରୁଣା କଥାକୁ ଭୁଲି ଦୁଇଜଣ ପୁଣିଥରେ ପୂର୍ବଭଳି ବନ୍ଧୁତା ବଜାୟ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More