Only for Entertainment

ଏହି ଖେଳାଳୀଙ୍କ ବାୟୋପିକରେ ନଜର ଆସିପାରନ୍ତି ସୋନାକ୍ଷୀ ସିହ୍ନା

DNA India
28

ସୋନାକ୍ଷୀ ସିହ୍ନାଙ୍କ ମନ ପସନ୍ଦର ଚରିତ୍ର ତାଙ୍କୁ ଏବେ ମିଳିଯାଇଛି । ବହୁ ପୂର୍ବରୁ ସେ ଏକ ବାୟୋପିକରେ କାମ କରିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ବର୍ତ୍ତମାନ ସେହି ସମୟ ଆସିଯାଇଛି । ଅର୍ଜୁନ ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ପାରା ଅଲମ୍ପିକ ଖେଳାଳୀ ଦୀପାଙ୍କ କାହାଣୀକୁ ନେଇ ବଲିଉଡରେ ନିର୍ମାଣ ହୋବକୁଯାଉଛି ଏକ ବାୟୋପିକ୍‍ ଫିଲ୍ମ ।

ଶୁଣିବାକୁ ମିଳିଛି ଯେ, ପାରାଆଲମ୍ପିକ୍‍ ଖେଳରେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିବା ଖେଳାଳି ଦୀପା ମଲିକ୍‍ଙ୍କ ଚରିତ୍ରରେ ଦେଖିବାକୁ ମିଳିବ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କୁ । ଦୀପା ପାରାଅଲମ୍ପିକ୍‍ ଖେଳରେ ପଦକ ପାଇଥିବା ପ୍ରଥମ ଭାରତୀୟ ମହିଳା ଖେଳାଳୀ ଭାବେ ମାନ୍ୟତା ପାଇଛନ୍ତି । ଏଭଳି ଚରିତ୍ର ପାଇଥିବାରୁ ସୋନାକ୍ଷୀ ନିଜକୁ ଧନ୍ୟ ମନେ କରୁଛନ୍ତି । ସୋନାକ୍ଷୀ ପୂର୍ବରୁ ଏକ ଆୱାର୍ଡ ଶୋ’ରେ ଦୀପାଙ୍କ ସହ ଭେଟ ହୋଇଥିବା କହିଛନ୍ତି । ତେବେ ଫିଲ୍ମଟିର ସ୍କ୍ରପ୍ଟ୍‍ ପସନ୍ଦ ଆସିଲେ ସେ ଏଥିରେ ଅଭିନୟ କରିବେ ବୋଲି କହିଛନ୍ତି ।

ସୋନାକ୍ଷୀଙ୍କ ଅଭିନୀତ ‘ଖାନ୍‍ଦାନୀ ସଫାଖାନା’ ଆସନ୍ତା ମାସ ଅଗଷ୍ଟ ୨ରେ ମୁକ୍ତି ଅପେକ୍ଷାରେ ରହିଛି । ଶିଳ୍ପୀ ଦାସଗୁପ୍ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟିରେ ସୋନାକ୍ଷୀଙ୍କ ବ୍ୟତୀତ ବାଦ୍‍ଶାହ, ବରୁଣ ଶର୍ମା ଓ ଅନୁ କପୁର ପ୍ରମୁଖ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସୋନାକ୍ଷୀ ‘ଭୁଜ୍‍: ଦି ପ୍ରାଇଡ୍‍ ଅଫ୍‍ ଇଣ୍ଡିଆ’, ‘ଦବଙ୍ଗ-୩’, ‘ମିଶନ୍‍ ମଙ୍ଗଲ’ରେ ଅଭିନୟ  କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More