Only for Entertainment

ଚର୍ଚ୍ଚାରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା !

dnaindia
0 85

କିଛି ଦିନ ତଳେ ନିଜର ଏକ ମ୍ୟୁଜିକାଲ ଭିଡ଼ିଓ ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ ଏବେ ଏକ ସଡ଼କ ଦୁର୍ଘଟଣା ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ । ଶନିବାର ମୁମ୍ବାଇର ଓଶିଓ୍ଵାରା ଅଞ୍ଚଳରେ ସିଦ୍ଧାର୍ଥ ନିଜ କାର୍‌ ବିଏମ୍‌ଡ଼ବ୍‌ଲ୍ୟୁ ଏକ୍ସ୫ ଚଳାଇ ଯାଉଥିବା ବେଳେ ଏକ ଇନୋଭାକୁ ପଛପଟୁ ଜୋରରେ ଧକ୍କା ଦେଇଥିଲେ । ଯାହା ଫଳରେ ଇନୋଭାଟି ଯାଇ ଅନ୍ୟ ଦୁଇଟି ଗାଡ଼ିରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କିଛି ଲୋକ ଆହାତ ହୋଇ ସିଦ୍ଧାର୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିଦ୍ଧାର୍ଥଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଏହା ଏ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଦୁର୍ଘଟଣା ସମୟରେ କିଛି ଫଟୋ ମଧ୍ୟ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ କେତେ ଦ୍ରୁତ ଗତିରେ ଗାଡ଼ିଟି ଥିଲା ତାହା ଜଣା ପଡ଼ୁଛି । ସୂଚନା ମୁତାବକ, ଟେଲିଭିଜନ ସହ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ସିଦ୍ଧାର୍ଥ ଶୁକ୍ଲା । ଏହି ଦୁର୍ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ୨୦୧୪ରେ ମଧ୍ୟ ତାଙ୍କ ବିରୋଧରେ ସଡ଼କ ଦୁର୍ଘଟଣା ମାମଲା ରୁଜୁ ହୋଇ ସାରିଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More