Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଂଟ ଭଳି ବଟର ପନିର

151

ପ୍ରଥମେ ଏକ କଡ଼ାଇ ଗରମ କରି ସେଥିରେ ତେଲ ପକାନ୍ତୁ । ଏହାପରେ କାଜୁ, କଟା ପିଅଜ, କଟା ଟମାଟୋ,ଶୁଖିଲା ଲଙ୍କା ଓ ସାମାନ୍ୟ ଲୁଣ ପକାଇ ଭାଜନ୍ତୁ । ସାମାନ୍ୟ ଥଣ୍ଡା ହେବା ପରେ ଏହି ମିଶ୍ରଣକୁ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ପନିରକୁ ଛାଣି ରଖନ୍ତୁ । ବର୍ତ୍ତମାନ କଡ଼ାଇରେ ବଟର ପକାନ୍ତୁ । ଏହାପରେ ଲଙ୍କା ଗୁଣ୍ଡ ପକାନ୍ତୁ । ସାମାନ୍ୟ ରଙ୍ଗ ବଦଳିବା ପରେ ସେଥିରେ ବାଟି ରଖିଥିବା ମିଶ୍ରଣକୁ ପକାନ୍ତୁ ।ଏହାପରେ ହଳଦୀ,ଜିରା ଗୁଣ୍ଡ, ଗରମ ମସଲା,ଧନିଆ ଗୁଣ୍ଡ ପକାଇ କିଛି ସମୟ କଷିହେବା ପରେ କିଛି ଫ୍ରେଶ କ୍ରିମ ପକାନ୍ତୁ ଏବଂ ଲୁଣ ପକାନ୍ତୁ । କଷିବା ପରେ ରଖିଥିବା ଛଣା ପନିରକୁ ମିଶାନ୍ତୁ । ଏହାପରେ କସ୍ତୁରୀ ମେଥି ଆଡ କରନ୍ତୁ । ଶେଷକୁ କିଛି ଟମାଟୋ କ୍ୟାଚଅପ ପକାଇ ବାହାର କରି ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତି ସ୍ୱାଦିଷ୍ଟ ବଟର ପନିର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More