Only for Entertainment

ବଡ ଖୁଲାସା ! ଫିଲ୍ମ ‘ଭାରତ’ରେ ସଲମାନଙ୍କୁ କଡା ଟକ୍କର ଦେବେ କ୍ୟାଟ୍ରିନା, ଏପରି ରହିବ ଅଭିନେତ୍ରୀଙ୍କ ଭୂମିକା

DNA India
29

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ‘ଭାରତ’ର ଘୋଷଣା ହେବା ପର ଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅଲ୍ଲୀ ଅବାସ ଜଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ କୋରିଅନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ । ଫିଲ୍ମରେ ବରୁଣ ଧୱନ କାମିୟୋ ଭାବେ ନଜର ଆସିବେ ବୋଲି ଆମେ ଆପଣଙ୍କୁ ପୂର୍ବରୁ ସୂଚନା ଦେଇଥିଲୁ ।

ତେବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଫିଲ୍ମ ଭାରତରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ସ୍କ୍ରିନ ସ୍ପେପ ସମାନ ରହିବ । ଟାଇଗର ଜିନ୍ଦା ହେରେ ଯେପରି ସଲମାନଙ୍କ ପରି କ୍ୟାଟ୍ରିନାଙ୍କ ଭୂମିକା ମହତ୍ୱପୂର୍ଣ୍ଣ ଥିଲା ଏହି ଫିଲ୍ମରେ ମଧ୍ୟ ତାହା ଠାରୁ ଅଧିକ ରହିବ ।

bharat

କହିରଖୁଛୁ ଯେ, ସଲମାନଙ୍କ ଏହି ନୂଆ ଫିଲ୍ମରେ ଭାରତର ସ୍ୱାଧୀନତା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତର ଯାତ୍ରା ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ, କ୍ୟାଟ୍ରିନାଙ୍କ ବ୍ୟତିତ ତବୁ, ଦିଶା ପଟାନୀନ , ସୁନିଲ ଗ୍ରୋଭରଙ୍କ ପରି କଳାକର ନଜର ଆସିବେ । ଫିଲ୍ମର ନୂଆ ଟିଜର ୨୬ ଜାନୁଆରୀରେ ରିଲିଜ ହେବ ବୋଲି ସୂଚନା ଦିଆଯାଇଛି । ଫିଲ୍ମ ଇଦରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More