Only for Entertainment

ଡାଏଟ କରିବା ବେଳେ ଅନ୍ନ ଏବଂ ରୁଟିକୁ ନେଇ ଚିନ୍ତିତ କି, ଜାଣନ୍ତୁ କ’ଣ ଖାଇବା ଦରକାର

healthprobblog.com
0 42

ଡାଏଟରେ ରହୁଥିବା ବ୍ୟକ୍ତିମାନେ ଅନେକ ସମୟରେ ଅନ୍ନ ଏବଂ ରୁଟିକୁ ନେଇ ଚିନ୍ତିତ ଥାଆନ୍ତି । କାରଣ ସେମାନେ ଠିକ ଭାବରେ ଜାଣି ନଥାନ୍ତିଯେ କେଉଁଟି ଡାଏଟ ପାଇଁ ଉପଯୁକ୍ତ ଖାଦ୍ୟ । ଓଜନ କମ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ଆରମ୍ଭ କରିବା ସହଜ କିନ୍ତୁ ପ୍ରକୃତ ଖାଦ୍ୟକୁ ବାଛିବା କଷ୍ଟ । ଅନେକ ସମୟରେ ଏହାକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ଆଉ କେବେ କେବେ ଅନ୍ୟ ମାନଙ୍କର କଥା ଶୁଣି ମଧ୍ୟ କେତେକ ଦ୍ୱନ୍ଦରେ ପଡ଼ିଯାଆନ୍ତି । କାରଣ କେହି କେହି ଠିକ ଉପାୟଟି ମଧ୍ୟ ଦେଇ ପାରନ୍ତିନାହିଁ,ଯାହା ଦ୍ୱାରା ଡାଏଟରେ ବାଧା ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା କିଛି ସାଧାରଣ କଥା ।

ଶରୀରର ଓଜନ ହ୍ରାସ ପାଇଁ କାର୍ବୋହାଇଡ୍ରେଟକୁ କମ କରିବା ନିହାତି ଦରକାର । କିନ୍ତୁ ଆମ ଭାରତର ପ୍ରମୁଖ ଖାଦ୍ୟ ଅନ୍ନ ଏବଂ ରୁଟି କାର୍ବର ଦୁଇଟି ଉପାଦାନ । କିନ୍ତୁ ପ୍ରତ୍ୟେକ ଅନ୍ନ ଏବଂ ରୁଟି ଓଜନ ହ୍ରାସ କରିବାର ପ୍ରମୁଖ କାରଣ ହୋଇପାରି ନଥାନ୍ତି । କାରଣ ଏହା ଗହମ ଏବଂ ରୁଟିର ମାନ ଉପରେ ନିର୍ଭର କରିଥାଏ ।

କିନ୍ତୁ ଯେତେବେଳେ ଓଜନ ହ୍ରାସ କରିବା କଥା କୁହାଯାଏ ତେବେ ସଂପୂର୍ଣ୍ଣ ଭାବରେ କୁହାଯାଇପାରେଯେ ରୁଟି ଅନ୍ନ ଠାରୁ ଅଧିକ ଉପଯୋଗୀ । ଅନ୍ନ ଏବଂ ରୁଟି ମଧ୍ୟରେ ବିରାଟ ସାମଞସ୍ୟ ନାହିଁ କିନ୍ତୁ ମୂଲ୍ୟାଙ୍କନ କଲେ ଜଣାପଡ଼ିବ ଯେ ଅନ୍ନ ଏବଂ ରୁଟି ମଧ୍ୟରେ ସୋଡ଼ିୟମ କେବଳ ମୁଖ୍ୟ ପ୍ରଭେଦ ସୃଷ୍ଟି କରିଥାଏ । ଗୋଟିଏ ପାଶ୍ୱର୍ରେ ଅନ୍ନରେ ଥିବା ସୋଡିୟମ ନଗନ୍ୟ ଥିବାବେଳେ ଅନ୍ୟ ପାଶ୍ୱର୍ରେ ୧୨୦ ଗ୍ରାମ ଗହମରେ ୧୯୦ ମିଲିଗ୍ରାମ ସୋଡିୟମ ରହିଥାଏ । ତେବେ ଅନ୍ନରେ ଅଧିକ କ୍ୟାଲୋରୀ ପ୍ରୋଟିନ ରହିଥାଏ,କିନ୍ତୁ ରୁଟିରେ ଡାଏଟାରୀ ଫାଇବର କମ ଥାଏ, ଯାହାକୁ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଏ । ତେଣୁ ରୁଟି ଅପେକ୍ଷା ଅନ୍ନ ଅଧିକ କ୍ୟାଲୋରୀ ଧାରଣ କରିଥାଏ ।


ଯଦିଓ ରୁଟିକୁ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ମଧ୍ୟ ଏହାକୁ ଓଭରଲୋଡ କରି ଖାଇବା ଆଦୌ ଠିକ ନୁହେଁ । ଗୋଟିଏ ଦିନରେ ୪ଟି ରୁଟି ଖାଇବାକୁ ପ୍ରୟାସ କରନ୍ତୁ କିନ୍ତୁ ତାହାଠାରୁ ଅଧିକ ନୁହେଁ ।

ଯଦି ଆପଣ ଡିନରରେ ରୁଟି ଖାଇବାକୁ ଇଛା କରନ୍ତି ତେବେ ୭ଟା ୩୦ ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More