Only for Entertainment

ରିଲିଜ୍ ହେଲା ହିନ୍ଦୀ ରୋମାଂଟିକ୍ ଗୀତ ‘ନୀଲ୍ ସମନ୍ଦର୍’ ।

34

ଏକ ୟୁନିକ୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ହିନ୍ଦୀ ରୋମାଂଟିକ୍ ଗୀତ ‘ନୀଲ୍ ସମନ୍ଦର୍’ । ରୋମାଂଟିକ୍ – ମ୍ୟୁଜିକ୍ ଭିଡିଓଟି । ଜଣେ ଫଟୋଗ୍ରାଫର୍ ଏବଂ ଜଣେ ଆଦିବାସୀ ଜଙ୍ଗଲି ଝିଅଙ୍କ ନିଆରା ପ୍ରେମ-କାହାଣୀ ଦେଖିବାକୁ ମିଳିଛି ଏହି ମ୍ୟୁଜିକ୍ ଭିଡିଓରେ । ଗୀତରେ ନାୟକ ଭାବେ ନଜର ଆସିଛନ୍ତି ମେଡଲ୍ ଅଙ୍କିତ୍ ଡିସୁଜା । ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ବଲିଉଡର ବୋଲ୍ଡ ଆକ୍ଟ୍ରେସ୍ ରିଚ୍ଚା ଚଡ୍ଢାଙ୍କୁ ଦେଖିବାକୁ ମିଳିଛି । ଆକର୍ଷଣୀୟ ଲୋକସନ୍ ସହ ସୁନ୍ଦର୍ ପିକ୍ଚରାଇଜେସନ୍ ଏହି ଗୀତକୁ କରିଛି ଆହୁରି ଖାସ୍ । ଗୀତରେ ଶୁଣିବାକୁ ମିଳିଛି ବେନି ଦୟାଲ୍ ଓ ପ୍ରକୃତି କକ୍କର୍ଙ୍କ ଜବରଦସ୍ତ ଗାୟିକି ।

ମିଟ୍ ବ୍ରଦର୍ସ ଦମଦାର୍ ସଙ୍ଗୀତକୁ ବେନି ଦୟାଲ୍ ଓ ପ୍ରକିତି କକ୍କର୍ଙ୍କ ଗାୟିକି ଏହି ଗୀତକୁ କରିଛି ଆହୁରି ମନଲୋଭା । ଗୀତ ଲିରିକ୍ସ ଦେଇଛନ୍ତି ସ୍ୱାନନ୍ଦ କିରକିରେ । ମୁକ୍ତିଲାଭ କରିଥିବା ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି ଇଶା କୁମାର୍ ଓ ରାହୁଲ୍ ବଗ୍ଗା । ଆଉ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ସରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More