Only for Entertainment

ଫିଲ୍ମ କ୍ୟାରିଅରକୁ ବାଛି ନାହାଁନ୍ତି ଋଷି କପୁରଙ୍କ ଝିଅ । ତଥାପି କୋଟି କୋଟି ଟଙ୍କାର ମାଲିକାଣି ।

aajtak
0 47

ବଲିଉଡ ଆକ୍ଟର ଋଷି କପୁରଙ୍କ ଜନ୍ମଦିନ ଆଜିର ଦିନ ଅର୍ଥାତ ୪ ସେପ୍ଟେମ୍ବର ୧୯୫୨ରେ ହୋଇଥିଲା । ତାଙ୍କ ଜେଜେ ଓ ବାପା ମଧ୍ୟ କଳାକାର ଥିଲେ ଯେଉଁ କାରଣରୁ ସେ ମଧ୍ୟ ଏହାକୁ ବଜାୟ ରଖିଥିଲେ । ଋଷିଙ୍କ ପରେ ତାଙ୍କ ପୁଅ ରଣବୀର କପୁର ମଧ୍ୟ ଏହାକୁ ବଜାୟ ରଖିଛନ୍ତି । ରଣବୀରଙ୍କ ବ୍ୟତୀତ ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ପରିବାରର ବାକି ସଦସ୍ୟଙ୍କ ଭଳି ସେ ଅଭିନୟକୁ ନିଜ କ୍ୟାରିଅର ଭାବରେ ବାଛି ନାହାଁନ୍ତି ।

ଋଷିଙ୍କ ଝିଅଙ୍କ ନାମ ହେଉଛି ଋଦ୍ଧିମା କପୁର ସାହନୀ । ୧୫ ସେପ୍ଟେମ୍ବର ୧୯୮୦ରେ ତାଙ୍କର ଜନ୍ମ ହୋଇଥିଲା ।

 

କପୁର ଖାନଦାନ ବର୍ଷ ବର୍ଷ ଧରି ବଲିଉଡରେ ରାଜ କରୁଛି କିନ୍ତୁ ରିଦ୍ଧିମା ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି ।

ରିଦ୍ଧିମା ବୟସରେ କରୀନାଙ୍କ ଠାରୁ କେବଳ ୬ ଦିନ ବଡ଼ ।

ସେ ଫ୍ୟାଶନ ଡିଜାଇନିଂ ଏବଂ ଇଂଟରିୟର ଡିଜାଇନିଂ କୋର୍ସ କରିଛନ୍ତି ।

ଆଜି ସେ ଫ୍ୟାଶନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ।

ଜ ଜ୍ୱେଲରୀ ନାମରେ ରିଦ୍ଧିମାଙ୍କର ଜ୍ୱେଲରୀ ବ୍ରାଣ୍ଡ ରହିଛି ।

 

ସେ କେବେ ମଧ୍ୟ ବଲିଉଡକୁ ଆସିବାକୁ ଚାହିଁ ନାହାଁନ୍ତି । କାରଣ ତାଙ୍କ ଅଳଙ୍କାର ତିଆରି କରିବା ଖୁବ ପସନ୍ଦ ।

 

ରିଦ୍ଧିମା ତାଙ୍କ ସାଙ୍ଗ ଏବଂ ବିଜନେସମ୍ୟାନ ଭରତ ସାହନୀଙ୍କୁ ବିବାହ କରିଛନ୍ତି ।

 

ତାଙ୍କର ସମାରା ନାମରେ ଜଣେ ଝିଅ ଅଛନ୍ତି । ସେ କୋଟି କୋଟି ଟଙ୍କାର ମାଲିକାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More