Only for Entertainment

ନୀତୁ କପୂରଙ୍କ ପୂର୍ବରୁ ଏହି ପାରସୀ ଝିଅଙ୍କ ସହ ଋଷି କପୂରଙ୍କର ଥିଲା ଅଫେୟାର !

70

ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୂରଙ୍କର ଆଜି ୬୭ତମ ଜନ୍ମଦିନ । ସେ ସେପ୍ଟେମ୍ବର ୧୯୫୨ରେ ଜନ୍ମ ହୋଇଥିଲେ । ୨୦୧୮ରେ ତାଙ୍କର ଫିଲ୍ମ ମୁଲ୍କ ଏବଂ ୧୦୨ନଟ ଆଉଟ ରିଲିଜ ହୋଇଥିଲା । ଏବେ ସେ କିଛି ଦିନ ହେବ ନ୍ୟୁୟର୍କରେ ନିଜ ପତ୍ନୀଙ୍କ ସହ ଅଛନ୍ତି । ତାଙ୍କର କ୍ୟାନସର ପାଇଁ ସେଠାରେ ଚିକିତ୍ସା ଚାଲିଛି । ଏକ ସାକ୍ଷାତକାରରେ ସେ କହିଥିଲେ କ୍ୟାନସର ସହ ଲଢିବା ପାଇଁ ତାଙ୍କ ପତ୍ନୀ ତାଙ୍କର ଖୁବ ସାଥ ଦେଇଛନ୍ତି । ଋଷି କପୂରଙ୍କ ଜନ୍ମଦିନରେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି କହିବାକୁ ଯାଉଛୁ , କିପରି ଦୁହିଁଙ୍କ ଳଭଷ୍ଟୋରୀ ଆରମ୍ଭ ହୋଇଥିଲା ।

ନୀତୁ ସିଂ ନିଜ ଫିଲ୍ମ କ୍ୟାରିଅରରେ ଅନେକ ଅଭିନେତାଙ୍କ ସହ ସୁପରହିଟ ଫିଲ୍ମ ଦେଇଛନ୍ତି । ଦୁହିଁଙ୍କ ଯୋଡିକୁ ଫିଲ୍ମରେ ଖୁବ ପସନ୍ଦ କରାଯାଇଥିଲା । ସେହିଭଳି ଲଭଷ୍ଟୋରୀ ମଧ୍ୟ ଏକ ଫିଲ୍ମର କାହାଣୀ ଭଳି ରହିଛି । ନୀତୁ ସିଂ ପ୍ରଥମ ଥର ୟଶ ଚୋପ୍ରାଙ୍କ ଫିଲ୍ମ ‘କଭି କଭି’ରେ ଋଷି କପୂରଙ୍କ ବିପକ୍ଷରେ ନଜର ଆସିଥିଲେ । ଏହିଠାରୁ ହିଁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ନୀତୁ ସିଂଙ୍କ ପୂର୍ବରୁ ଋଷି କପୂର ଜଣେ ପାରସୀ ଝିଅ ୟଶମୀନ ମେହେତାଙ୍କୁ ଡେଟ କରୁଥିଲେ । ସେ ଏହି ବିଷୟରେ ମିଡିଆ ସାମ୍ନାରେ ସ୍ୱୀକାର ମଧ୍ୟ କରିଥିଲେ କିନ୍ତୁ ବିଶେଷ କିଛି ସେ ସମ୍ପର୍କରେ କହି ନଥିଲେ ।

ଫିଲ୍ମ ବବି ର ସଫଳତା ପରେ ୟଶମୀନଙ୍କୁ ଲାଗିଥିଲା ଯେ ଋଷି କପୂର ଡିମ୍ପଲ କପାଡିଆଙ୍କୁ ଡେଟ କରୁଛନ୍ତି । ଏହିକାରଣରୁ ସେ ଋଷି କପୂରଙ୍କ ଠାରୁ ଦୂରେଇ ଯାଇଥିଲେ । ଋଷି କପୂର ତାଙ୍କୁ ବୁଝାଇବା ପାଇଁ ଅନେକ ପ୍ରୟାସ କରିଥିଲେ ମାତ୍ର ସେ ମାନି ନଥିଲେ । ଏହାପରେ ଋଷିଙ୍କ ଜୀବନରେ ନୀତୁ ଆସିଥିଲେ । ନୀତୁଙ୍କୁ ଏସମ୍ପର୍କରେ ପଚାରିଲେ ସେ କହିଥିଲେ ଯେ ପ୍ରଥମେ ସେ ଋଷିଙ୍କୁ ପସନ୍ଦ କରୁନଥିଲେ ମାତ୍ର ଧୀରେ ଧୀରେ ତାଙ୍କୁ ଚିହ୍ନିବା ପରେ ଭଲ ବନ୍ଧୁ ହୋଇଥିଲେ ଏବଂ ବିବାହ କରିଥିଲେ । ଦୁହେଁ ୨୨ଜାନୁଆରୀ ୧୯୮୦ରେ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More