Only for Entertainment

ନ୍ୟୁୟର୍କରୁ ଚିକିତ୍ସା ସାରି ଭାରତ ଫେରିବା ପରେ ଋଷି କପୁରଙ୍କ ଫଟୋସୁଟ, ଭିନ୍ନ ଗେଟଅପରେ ଆସିଲେ ନଜର

35

ନ୍ୟୁୟର୍କରୁ କ୍ୟାନସର ଚିକିତ୍ସା କରାଇ ଭାରତ ଫରି ଅଭିନେତା ଋଷି କପୁର ନିକଟରେ ଏକ ଫଟୋ ସୁଟ କରିଛନ୍ତି । ଜଣାଶୁଣା ଫଟୋଗ୍ରାଫର ଅବିନାଶ ଗୋୱାରିକର ଋଷି କପୁରଙ୍କ ଏହି ଫଟୋସୁଟ କରିଛନ୍ତି । ଅବିନାଶ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫଟୋସୁଟର ଏକ ଫଟୋ ସେୟାର କରିଛନ୍ତି । ସେୟାର କରାଯାଇଥିବା ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋରେ ଋଷି କପୁର ହସୁଥିବାର ନଜର ଆସିଛନ୍ତି ।

ଅବିନାଶ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ ‘ହ୍ୟାଶ ଟ୍ୟାଗ ପୋଷ୍ଟ ପ୍ୟାକଅପ ସୁଟ ଋଷି କପୁରଙ୍କ ସହିତ । ଛୋଟ ବ୍ରେକ ପରେ ଆକ୍ସନକୁ ଫେରିଛନ୍ତି । ଚିଣ୍ଟୁଜୀଙ୍କୁ ଲେନ୍ସରେ ଦେଖି କିପରି ଲାଗୁୂଛି ତାହାକୁ ଶବ୍ଦରେ ପ୍ରକାଶ କରିହେବ ନାହିଁ । ’

ଋଷି କପୁର ଏହାକୁ ରି-ଟ୍ୱିଟ କରି କହିଛନ୍ତି ‘ଧନ୍ୟବାଦ ଅବିନାଶ, ଆପଣ ସବୁଠାରୁ ଅଧିକ ପ୍ରଶଂସା କରିଛନ୍ତି । ପ୍ୟାକଅପର ଦୁଇମାସ ପରେ ବଡ ବଡ ଦାଢି କାଟିଛି । ଇଟାଲୀରୁ ଆସିବା ପରେ ଆପଣଙ୍କ ସହିତ ସାକ୍ଷାତ କରିବି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More