Only for Entertainment

ରଣବୀର ଏବଂ ଆଲିୟାଙ୍କ ମନ୍ତାନ୍ତରକୁ ନେଇ ଋଷି କପୂର ଦେଲେ ଏଭଳି ପ୍ରତିକ୍ରିୟା !

32

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ରଣବୀର ସିଂଙ୍କ ଫିଲ୍ମ ‘ଗଲିବୟ’ ରିଲିଜ ହୋଇଛି । ଏହି ଫିଲ୍ମକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ସେହିପରି ଋଷି କପୂର ମଧ୍ୟ ଟ୍ୱିଟ କରି ଫିଲ୍ମର ଖୁବ ପ୍ରଶଂସା କରିଛନ୍ତି । ଋଷି ଟ୍ୱିଟ କରି ଲେଖିଛନ୍ତି ଯେ ଗଲି ବୟ ଫିଲ୍ମ ପାଇଁ ଶାନଦାର କଥିା ଶୁଣିବାକୁ ମିଳୁଛି । ଶାନଦାର ସଫଳତା ପାଇଁ ଟିମ କୁ ସେ ଶୁଭକାମନା ଜଣାଇଛନ୍ତି ।

ଋଷି ଲେଖିଥିଲେ ‘ଜୋୟା ଆପନେ ଏକ ଫିର କର ଦିଖାୟା’, ଯାହାର ପ୍ରତିକ୍ରିୟାରେ ଆଲିୟା ହାର୍ଟ ଇମୋ ଦେଇ ରିଟ୍ୱିଟ କରିଥିଲେ । ମାତ୍ର ଋଷି କପୁର ଏହି ରିଟ୍ୱିଟକୁ ଡିଲିଟ କରି ଦେଇଛନ୍ତି । ତେବେ ଅନୁମାନ ଲଗାଯାଉଛି ଯେ ଏହି ଡିଲିଟ ପଛର କାରଣ ରଣବୀର ଏବଂ ଆଲିୟାଙ୍କ ମଧ୍ୟରେ ବିବାଦ ।


ଏଠାରେ ଆମେ କହି ରଖୁଛୁ ଯେ ‘ଗଲିବୟ’ର ସ୍କ୍ରିନିଂରେ ଆଲିୟା ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଯୋଗ ଦେଇଥିଲେ । ଫିଲ୍ମ ଦେଖିବା ପରେ ଯେତେବେଳେ ଥିଏଟରରୁ ବାହାରକୁ ବାହାରିଥିଲେ ଆଲିୟା ଅପସେଟ ନଜର ଆସିଥିଲେ ।

ଏହାପରେ ଯେତେବେଳେ ସେ କାରରେ ବସିଥିଲେ ଦୁହିଁଙ୍କ ମଧ୍ୟରେ ଯୂକ୍ତି ତର୍କ ହେଉଥିବା ନଜର ଆସିଥିଲା । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର-ଆଲିୟା ଖୁବ ଶୀଘ୍ର ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଫିଲ୍ମରେ ଦୁହିଁଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନୀ ରୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More