Only for Entertainment

ରୋଗ ହେବାର ୪ ମାସ ପରେ ସାମ୍ନାକୁ ଆସିଲା ଋଷି କପୁରଙ୍କ ମେସେଜ, କହିଲେ ଭଗବାନ ଚାହିଁଲେ ଫେରିବି ।

bollywood tadka
42

ବଲିଉଡ ଆକ୍ଟର ଋଷି କପୁର ଗତ କିଛି ଦିନ ହେବ ନ୍ୟୁୟର୍କରେ ନିଜ ଚିକିତ୍ସା କରୁଛନ୍ତି । ଅବଶ୍ୟ ତାଙ୍କ ରୋଗ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ତାଙ୍କ ଏହି ଖରାପ ସମୟରେ ତାଙ୍କ ନିମଟରେ ପତ୍ନୀ ନୀତୁ କପୁର ଅଛନ୍ତି । ସେଠାରେ ସେ ପତି ଋଷିଙ୍କର ଖାସ ଯତ୍ନ ନେଉଛନ୍ତି । ନିକଟରେ ଋଷି ତାଙ୍କ ରୋଗ ବିଷୟରେ କହିଛନ୍ତି । ସେ ଲେଖିଛନ୍ତିଯେ ମୋର ଚିକିତ୍ସା ହେଉଛି ଆଶା କରୁଛି ଖୁବଶୀଘ୍ର ଠିକ ହୋଇଯିବି, ଭଗବାନ ଚାହିଁଲେ ମୁଁ ଫେରିବି । ପ୍ରକ୍ରିୟା ଖୁବ ଲମ୍ବା ଏବଂ କ୍ଲାନ୍ତ ମଧ୍ୟ । ଚିକିତ୍ସା ପାଇଁ ଖୁବ ଧୈର୍ଯ୍ୟର ଆବଶ୍ୟକତା ଅଛି । କିନ୍ତୁ ଦୁର୍ଭାଗ୍ୟବଶତଃ ମୋ ନିକଟରେ ଧୈର୍ଯ୍ୟ ନାହିଁ ।

କାମକୁ ନେଇ ଋଷି କହିଲେ ତାଙ୍କର ସମସ୍ତ କାମକୁ ହୋଲ୍ଡ କରି ରଖାଯାଇଛି । ଏହା ସହିତ ସେ ଲେଖିଛନ୍ତିଯେ ଖୁବ ଭଲଯେ ମୁଁ ଏବେ ଫିଲ୍ମ ବିଷୟରେ ଭାବୁନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More