Only for Entertainment

ରଣବୀର ଏବଂ ଆଲିୟାଙ୍କ ସମ୍ପର୍କକୁ ନେଇ ଏଭଳି କହିଲେ ଋଷି କପୂର !

IBTimes India
0 69

ଏବେ ଫିଲ୍ମ ଜଗତର ନୂଆ କପଲ ରଣବୀର ଏବଂ ଆଲିୟା ଭଟ୍ଟଙ୍କ ଅଫେୟାରକୁ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଏମାନଙ୍କ ସମ୍ପର୍କକୁ ନେଇ ସେବେଠାରୁ ଚର୍ଚ୍ଚା ଚାଲିଛି ଯେବେଠାରୁ ଫିଲ୍ମ ସୁଟିଂ ଆରମ୍ଭ ହୋଇଛି ‘ବ୍ରହ୍ମାସ୍ତ୍ର’ର । ମାତ୍ର ଏବେ ଋଷି କପୂର ଏହି ସମ୍ପର୍କକୁ ନେଇ କିଛି ଏଭଳି କହିଛନ୍ତି ଯେ ଯେଉଁଥିରୁ ଅନୁମାନ ଲଗାଯାଇପାରେ ଯେ ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

ଯେବେଠାରୁ ଏହି ଅଫେୟାରର ଚର୍ଚ୍ଚା ଆରମ୍ଭ ହୋଇଛି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଖୁବ ଉତ୍ସାହିତ ଥିବା ନଜର ଆସିଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି ମା ନୀତୁ କପୂର ଏବଂ ଭଉଣୀ ରିଦ୍ଧିମା ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ ଖୁବ ଖୁସି ଅଛନ୍ତି । ନୀତୁ କପୂର ସୋସିଆଲ ମିଡିଆରେ ଆଲିୟାଙ୍କ ଫଟୋରେ କମେଂଟ ମଧ୍ୟ ଦେଉଛନ୍ତି, ଯେଉଁଥିରୁ ପରିଷ୍କାର ଜଣା ପଡୁଛି ଯେ ଦୁହିଁଙ୍କ ମଧ୍ୟରେ ଭଲ ବଣ୍ଡିଂ ରହିଛି । ଏହି ସମସ୍ତ ଖବର ମଧ୍ୟରେ ଏବେ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ପିତା ଋଷି କପୂର କିଛି ଏଯାଏଁ କହି ନଥିଲେ । କିଛିଦିନ ତଳେ ହୋଇଥିବା ଏକ ଖବରକାଗଜ ସାକ୍ଷାତକାରରେ ସେ ଦୁହିଁଙ୍କ ଲଭ ବିଷୟରେ କହିଛନ୍ତି ।

ଯାହା ଅଛି ତାହା ଅଛି ଏବଂ ଏହା ସମସ୍ତଙ୍କୁ ଜଣା । ସେ ଏବିଷୟରେ ଆଉ କିଛି କହିବାକୁ ଚାହାନ୍ତି ନାହିଁ । ରଣବୀର ଯେତେବେଳେ ପ୍ରସ୍ତୁତ ହେବେ ଏସବୁ ପାଇଁ , ତାଙ୍କୁ ଖୁସି ଲାଗିବ ବୋଲି ଋଷି କପୂର କହିଛନ୍ତି । ଯଦିଓ ସେ ଏଠାରେ କିଛି ଖୋଲାଖୋଲି ଭାବେ କହି ନାହାନ୍ତି ମାତ୍ର କଥାରୁ ଜଣା ପଡୁଛି ଯେ ଏହି ସମ୍ପର୍କ ପାଇଁ ନିଜର ମତ ଦେଇଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୨୭ବର୍ଷ ହୋଇଥିଲା ସେ ବିବାହ କରି ସେଟଲ ହୋଇଯାଇଥିଲେ ତେବେ ଏବେ ରଣବୀରଙ୍କୁ ୩୫ବର୍ଷ ହେଲାଣି । ତେଣୁ ତାଙ୍କୁ ମଧ୍ୟ ବିବାହ କରି ସେଟଲ ହୋଇଯିବା ଆବଶ୍ୟକ ।

ରଣବୀର ତାଙ୍କ ପସନ୍ଦର ଯେ କୌଣସି ଝିଅକୁ ବିବାହ କଲେ ଋଷିଙ୍କୁ କୌଣସି ଆପତ୍ତି ନଥିବା କହିଛନ୍ତି । କେବଳ ମରିବା ପୂର୍ବରୁ ସେ ତାଙ୍କର ନାତିନାତୁଣୀଙ୍କ ସହ ସମୟ ବିତାଇବାକୁ ଚାହୁଁଥିବା ଅଭିନେତା ଋଷି କପୂର ସାକ୍ଷାତକାରରେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More