Only for Entertainment

ଜାଣନ୍ତୁ ବିକ୍କି କୌଶଲଙ୍କ ଅଭିନୀତ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମ ଦେଖି କଣ କହିଲେ ରିଷି କପୂର !

36

ବଲିଉଡରେ ଚଳିତ ବର୍ଷ ଆରମ୍ଭ ଖୁବ ଭଲ ହୋଇଛି । ଖାସ କଥା ହେଉଛି ବିକ୍କି କୌଶଲ ଷ୍ଟାରର ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ଚର୍ଚ୍ଚାରେ ରହିଆସିଛି । ଭାରତୀୟ ସେନାଙ୍କ ଦ୍ୱାରା ପାକିସ୍ତାନର କାବୁରେ ଥିବା ଜମ୍ମୁ କାଶ୍ମୀରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଏହି ଫିଲ୍ମ । ନିକଟରେ ବଲିଉଡ ଅଭିନେତା ରିଶି କପୂର ମଧ୍ୟ ଏହି ଫିଲ୍ମ ଦେଖିଲେ ।

ଅନ୍ୟ ଲୋକଙ୍କ ଭଳି ସେ ମଧ୍ୟ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ଦେଖିବା ପରେ ରିଷି କପୂର ଟ୍ୱିଟ କରି ଲେଖିଛନ୍ତି- ଉରି ଦେଖିଲି, ଖୁବ ମଜାଦାର ଯୁଦ୍ଧ ଫିଲ୍ମ ଅଟେ । ଏବେ ପର୍ଯ୍ୟନ୍ତ ଯେତେ ଫିଲ୍ମ ଆସିଛି ସବୁଠାରୁ ବେଷ୍ଟ ଫିଲ୍ମ ବୋଲି କହିଛନ୍ତି ରିଷି କପୂର ।

ଏଠାରେ ଆମେ କହି ରଖୁଛୁ ଯେ ବଲିଉଡର ସିନିଅର ଅଭିନେତା ରିଷି କପୂର ଏବେ ନିଜର ଚିକିତ୍ସା କରାଉଛନ୍ତି ନ୍ୟୁୟର୍କରେ । ଏହିକାରଣରୁ ସେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ସମୟରେ ସାମିଲ ହୋଇ ପାରିନଥିଲେ । ଏବେ ତାଙ୍କ ଶରୀରରେ ସୁଧାର ଆସିଛି ଏବଂ ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେ ଠିକ ହୋଇ ଘରକୁ ଫେରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More