Only for Entertainment

ହେମନ୍ତ ବ୍ରିଜବାସୀଙ୍କ ନାମରେ ‘ରାଇଜିଂ ଷ୍ଟାର ୨’ର ଟାଇଟଲ, ମିଳିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର

Voot
0 45

ମଧୁରାବାସୀ ହେମନ୍ତ ବ୍ରିଜବାସୀ କଲର୍ସରେ ପ୍ରସାରିତ ରିୟଲିଟି ଶୋ ‘ରାଇଜିଂ ଷ୍ଟାର ୨’ର ବିଜେତା ହୋଇଛନ୍ତି । ହେମନ୍ତଙ୍କୁ ଟ୍ରଫି ସହିତ ୨୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଛି । ହେମନ୍ତ ଏହା ପୂର୍ବରୁ ୨୦୦୯ରେ ‘ସାରେଗାମାପା ଲିଟିଲ ଚାମ୍ପ’ର ବିଜେତା ହୋଇଥିଲେ ।

ଶୋ’ର ଫାଇନାଲରେ ହେମନ୍ତଙ୍କ ସହିତ ବିଷ୍ଣୁମାୟା, ରୋହନପ୍ରିତ ଏବଂ ଜେଦ ଅଲୀ ମଧ୍ୟ ପହଁଚିଥିଲେ । ତିନି ମାସଧରି ଚାଲିଥିବା ଏହି ଶୋ’ରେ ଅନେକ ପ୍ରତିଭାବାନ କଳାକାର ସାମିଲ ହୋଇଥିଲେ ।

ତେବେ ଏହି ଟ୍ରଫି ଜିତିବା ପୂର୍ବରୁ ହେମନ୍ତ ବୃଜବାସୀ ଶଙ୍କର ମହାଦେବନଙ୍କ ସହିତ ଫିଲ୍ମରେ କାନ କରିବାର ମଉକା ପାଇ ସାରିଛନ୍ତି । ‘ରାଇଜିଂ ଷ୍ଟାର ୨’ର ଫାଇନାଲରେ ଆଲିୟା ଭଟ୍ଟ ମଧ୍ୟ ସାମିଲ ହୋଇଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More