Only for Entertainment

ଦୁଇ ବର୍ଷୀୟ ଏହି ଷ୍ଟାର କିଡ ତୈମୁରକୁ ଦେଲା ଫିଟନେସ ଚ୍ୟାଲେଞ୍ଜ, ଭାଇରାଲ ହେଉଛି ଭିଡିଓ ।

zee news
0 34

କେନ୍ଦ୍ରୀୟ ମନ୍ତ୍ରୀ ରାଜବର୍ଦ୍ଧନ ରାଠୋଡ ଆରମ୍ଭ କରିଥିବା ଫିଟନେସ ଚ୍ୟାଲେଞ୍ଜ #HumFitToIndiaFit ଭିଡିଓ ଭାଇରାଲ ହେବା ପରେ ପୁରା ଦେଶ ଏହି ଚ୍ୟାଲେଞ୍ଜକୁ ଆଗକୁ ବଢାଇଥିଲା । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସ୍ପୋଟର୍ସ ପର୍ସନ ସମସ୍ତେ ଏହି ଚ୍ୟାଲେଞ୍ଜରେ ଭାଗ ନେଇଥିଲେ । ଏହି ଚ୍ୟାଲେଞ୍ଜରେ ଏବେ ସେଲିବ୍ରିଟି କିଡ ମଧ୍ୟ ଭାଗ ନେଉଥିବା ଦେଖିବାକୁ ମିଳିଛି । ନିକଟରେ ରିତେଶ ଦେଶମୁଖ ଏବଂ ଜେନେଲିଆଙ୍କ ପୁଅ ରାହିଲ ଫିଟନେସ ଚ୍ୟାଲେଞ୍ଜକୁ ସ୍ୱିକାର କରି ଫିଟନେସ ଭିଡିଓ ସେୟାର କରି ବାକି ଷ୍ଟାରକିଡ ମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

ସୋସିଆଲ ମିଡିଆରେ ରାହିଲଙ୍କ ଏହି ଫିଟନେସ ଭିଡିଓକୁ ଲୋକେ ଖୁବ ଦେଖୁଛନ୍ତି ଏବଂ ସେୟାର ମଧ୍ୟ କରୁଛନ୍ତି । ଜେନେଲିଆ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରି ଲେଖିଥିଲେ ରାହିଲ ପାପା ରିତେଶ ଦେଶମୁଖଙ୍କ ଫିଟନେସ ଚ୍ୟାଲେଞ୍ଜକୁ ସ୍ୱିକାର କରିଛନ୍ତି । ଏବେ ସେ ବଚ୍ଚା ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରିଛି । #BachceFitTohDeshFit


ଏହି ଭିଡିଓର ଶେଷରେ ରାହିଲ ତୈମୁର ଅଲୀ ଖାନ, ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ, କରଣ ଜୋହରଙ୍କ ଛୁଆ ୟଶ, ରୁହି ଏବଂ ସଲମାନ ଖାନଙ୍କ ଭଣଜା ଆହିଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । କହିରଖୁଛୁ ଯେ ଅଜୟ ଦେବଗନ ଏବଂ କାଜୋଲଙ୍କ ପୁଅ ମଧ୍ୟ ପୂର୍ବରୁ ଫିଟନେସ ଚ୍ୟାଲେଞ୍ଜକୁ ସ୍ୱିକାର କରି ଭିଡିଓ ସେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More