Only for Entertainment

ରିତେଶ ଦେଶମୁଖଙ୍କ ସହିତ ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ଏହି ହିରୋଇନ ।

zeenews
0 45

ମିର୍ଜିୟାର ଅଭିନେତ୍ରୀ ସେୟାମୀ ଖେର ଅଭିନେତା ରିତେଶ ଦେଶମୁଖଙ୍କ ଆଗାମୀ ଫିଲ୍ମ ମଉଲିରେ ତାଙ୍କ ନାୟିକା ରୂପରେ ମରାଠୀ ଫିଲ୍ମରେ ଡେବ୍ୟୁ କରିବେ । ଆଦିତ୍ୟ ସରପୋତଦରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ରିତେଶଙ୍କ ବ୍ୟାନର ମୁମ୍ବାଇ ଫିଲ୍ମ କମ୍ପାନୀରେ ନିର୍ମାଣ ହେଉଛି । ଏହା ସେୟାମୀଙ୍କ ପାଇଁ ନିହାତି ଭାବରେ ଖୁସି ଖବର । ତେବେ ତାଙ୍କୁ ନିଜ ମାତୃଭାଷା ମରାଠୀ ଫିଲ୍ମରେ କାମ କରିବାକୁ ଖୁବ ଭଲ ଲାଗେ ।

ସେୟାନୀଙ୍କ କହିବା ଅନୁସାରେ ଏହି ଫିଲ୍ମରେ ତାଙ୍କ ଜେଜେମା ତାଙ୍କୁ ଦେଖି ଖୁବ ଖୁସି ହୋଇଥାନ୍ତେ । ତେଣୁ ସେ ତାଙ୍କୁ ଖୁବ ମନେ ପକାଇବେ । ଫିଲ୍ମ ୨୦୧୯ର ଆରମ୍ଭରେ ରିଲିଜ ହେବ । ତେବେ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି ।
୨୦୧୬ରେ ହର୍ଷବର୍ଦ୍ଧନ କପୁରଙ୍କ ସହିତ ଫିଲ୍ମ ମିର୍ଜିୟାରେ ସେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କର ଏହି ଫିଲ୍ମ ଏତେ ସଫଳ ହୋଇ ପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More