Only for Entertainment

ରିୟାଙ୍କ ପାଇଁ ମହାଭାରତ !

you tube
50

ଓଲିଉଡର ଚୁଲବୁଲି ନାୟିକା ରିୟା ଦେଙ୍କୁ ପାଇବା ପାଇଁ ପାଞ୍ଚ ଜଣ ପାଗଳ । ହେଲେ ଏହା ସତରେ ନୁହେଁ, ‘ପ୍ରେମ ପାଇଁ ମହାଭାରତ’ ସିନେମାର କଥା । ଜଣେ ନାୟିକା ତାଙ୍କ ପଛରେ ପଡିଯାଇଛନ୍ତି ଜଣେ ନୁହେଁ କି ଦି’ ଜଣ ନୁହେଁ ପାଞ୍ଚ ଜଣ ଯୁବକ । ଏହି ନାୟିକା ଜଣକ ହେଲେ ରିୟା ଦେ । ସେ ଏଭଳି ଏକ ଚରିତ୍ର ପାଇଛନ୍ତି ନୂଆ ସିନେମା ‘ପ୍ରେମ ପାଇଁ ମହାଭାରତ’ରେ ।

‘ପ୍ରେମ ପାଇଁ ମହାଭାରତ’ର ସଂକ୍ଷିପ୍ତ କଥାବସ୍ତୁ ଏପରି -ନାୟକ (ସମ୍ବିତ) ଭଲ ପାଆନ୍ତି ନାୟିକା (ରିୟା)ଙ୍କୁ । ଉଭୟଙ୍କ ମଧ୍ୟରେ ଖୁବ୍‍ ଭଲ ସଂପର୍କ । ଏକ ଦୁର୍ଘଟଣାର ଶିକାର ହୋଇଥିବା ନାୟିକାଙ୍କୁ ଉଦ୍ଧାର କରନ୍ତି ଚାରିଜଣ ଯୁବକ । ସେମାନେ ଘଟଣାକ୍ରମେ ମଧ୍ୟ ଉକ୍ତ ନାୟିକାଙ୍କର ରୂପ ଲାବଣ୍ୟରେ ପ୍ରଭାବିତ ହୋଇ ତାଙ୍କ ପ୍ରେମରେ ପଡିଯାଆନ୍ତି । ନାୟିକା ସଂପର୍କରେ ଜାଣିବା ପରେ ନାୟକ ବି ନଜର ପ୍ରେମକୁ ଫେରି ପାଇବା ପାଇଁ ଚେଷ୍ଟା କରେ । ତା’ପରେ ଆରମ୍ଭ ହୁଏ ‘ପ୍ରେମ ପାଇଁ ମହାଭାରତ’ ।

ରିୟାଙ୍କର ପ୍ରେମିକମାନେ ସମରେଶ ରାଉତରାୟ, ବବି ମିଶ୍ର, ପୁପିନ୍ଦର ଶ୍ରୀତମ ଦାସ ଓ ପିଣ୍ଟୁ ନନ୍ଦ । ଏହି ଅଭିନେତା ମାନଙ୍କୁ ଦର୍ଶକ ଅନେକ ସିନେମାରେ ଖଳନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି । ଏଥର ବି ସେମାନେ ଭିନ୍ନ ଧରଣର ଖୟନାୟକ ଦେଖାଇବେ ବୋଲି କୁହାଯାଉଛି । ଖାସ୍‍ କରି ଶ୍ରୀତମ ଦାସଙ୍କର ଏଥିରେ ଭିନ୍ନ ଗେଟଅପ୍‍ ରହିଛି । ସେ ଏଥିରେ ଜଣେ ମହିଳା ସ୍ୱଭାବର ପୁରୁଷ ଭୂମିକାରେ ଦେଖାଦେବେ । ସବୁଠାରୁ ମଜାଦାର କଥା ହେଲା ‘ପ୍ରେମ ପାଇଁ ମହାଭାରତ’ରେ ରୀୟାଙ୍କ ପଛରେ ବାୟା ହୋଇଥିବା ଏହି କଳାକାରଙ୍କ ମଧ୍ୟରୁ ରିୟା କାହାଙ୍କର ପ୍ରେମିକ ହେଉଛନ୍ତି ତାହା ହେଉଛି ଫିଲ୍ମର ମୁଖ୍ୟ ପ୍ରସଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More