Only for Entertainment

ନୂଆ ରୂପରେ ସାମ୍ନାକୁ ଆସିବେ ଏହି ନାୟିକା !

facebook
0 109

ଓଲିଉଡ ସୁନ୍ଦରୀ ରୀୟା ଦେ ୨୦୧୦ ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଛବି ‘ ପ୍ରେମ ଅଢେଇ ଅକ୍ଷର ’ ଜରିଆରେ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଷ୍ଟାରସନ୍‌ ବାବୁସାନ୍‌ ବନିଥିଲେ ତାଙ୍କର ନାୟକ । ଏହାପରେ ପ୍ରତି ବର୍ଷ ନିୟମିତଭାବେ ସିନେମାରେ ନଜର ଆସିଛନ୍ତି ରୀୟା।

ତାଙ୍କ ଅଭିନୀତ ଅନ୍ୟ ସିନେମା ଭିତରେ ରହିଛି କ୍ରିମିନାଲ୍‌ – ଦ ରିଅଲ୍‌ ହିରୋ ,ଲଭ୍‌ ମାଷ୍ଟର୍‌ , ତୁ ମୋ’ ଦେହର ଛାଇ, ଇଡିଅଟ୍‌, ଗୋଲାପି ଗୋଲାପି, ପାଗଳ କରିଛୁ ତୁ, କଲେଜ୍‌ ଟାଇମ୍‌, ରଘୁପତି ରାଘବ ରାଜରାମ, ଏମିତି ବି ପ୍ରେମ ହୁଏ, ହରି ଓମ୍‌ ହରି, , କଳକୀ ,ତୁ ଯେ ସେଇ ଏବଂ କଥା ଦେଲି ମଥା ଛୁଇଁ ଆଦି । ୨୦୧୭ରେ ରୀୟାଙ୍କୁ କେବଳ ଗୋଟିଏ ସିନେମାରେ ଦେଖିବାକୁ ମିଳିଥିଲା । ହେଲେ ଏବର୍ଷ ଅନ୍ତତଃ ପକ୍ଷେ ତାଙ୍କୁ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ପାଇବେ ଦର୍ଶକ । ଏଥିମଧ୍ୟରୁ ଗୋଟିଏ ହେଲା ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ ଦିଓ୍ଵାନା ହେଲି ତୋ’ ପାଇଁ’ । ଏଥୀରେ ରୀୟା ଦେଙ୍କ ଅପୋଜିଟ୍‌ରେ ଅଛନ୍ତି ଜଣେ ନବାଗତା ମୁନ୍ନା । ଏହା ଛଡ଼ା ଏହି ସିନେମାରେ ସିଦ୍ଧାନ୍ତ, ଶ୍ରୀତମ ଦାସ, ଉଷସୀ ମିଶ୍ର, ଅମର , ଗୁଡୁ ଓ ପପୁ ପମ୍‌ ପମ୍‌ ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ ।

 

ଠିକ୍‌ ସେହିପରି ରୀୟାଙ୍କ ଅନ୍ୟ ସିନେମା ହେଲା ‘ ଯୋଉଠି ଥିଲେ ବି ତୁ ମୋର’ । ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସମ୍ବିତ ଏବଂ ଆର୍ଯ୍ୟନ୍‌ ଦାଶ କୁମାର ଅଛନ୍ତି ଲିଡ ରୋଲରେ। ଏ ଦୁଇ ଓଡ଼ିଆ ସିନେମାରେ ନୂଆ ରୂପରେ ନଜର ଆସିବେ ରୀୟା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More