Only for Entertainment

ଆର ଜେ ମଲିଷ୍କା ଭିଡିଓ ବନାଇ ବିଏମସିକୁ କଲେ ଟାର୍ଗେଟ, ରାସ୍ତାର ଗାତ କହିଲେ ଚନ୍ଦ୍ର !

95

ମୁମ୍ବାଇ ସଡକ ଗାତରେ ଭରି ହୋଇଛି ଏବଂ ଏଥିପାଇଁ ମୁମ୍ବାଇ ଲୋକ ଅସୁବିଧା ଭୋଗ କରୁଛନ୍ତି । ଏହାମଧ୍ୟରେ ଆର.ଜେ ମଲିଷ୍କା ଏକ ଭିଡିଓ ପ୍ରସ୍ତୁତ କରି ମୁମ୍ବାଇ ମହାନଗର ପାଳିକାଙ୍କୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କର ପୋଲ ଖୋଲିବା ପାଇଁ ଚେଷ୍ଟା କରିଛନ୍ତି । ମଲିଷ୍କା ଏହି ଭିଡିଓରେ କହିଛନ୍ତି ଯେ ଦେଶ ଚାନ୍ଦ ପର୍ଯ୍ୟନ୍ତ ପହଂଚିଗଲାଣି କିନ୍ତୁ ଚାନ୍ଦ ମଧ୍ୟ ପୃଥିବୀ ପାଖରେ ପହଂଚିଗଲାଣି ।

ଫେସବୁକରେ ଜାରି କରିଥିବା ତାଙ୍କର ବଧୂ ବେଶଭୂଷାର ଏକ ଭିଡିଓରେ ସେ ବଧୂ ରୁପେ ମୁମ୍ବାଇ ଗାତ ସାମ୍ନାରେ ବସି ଫିଲ୍ମ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସେ କଟାକ୍ଷ କରି ଏହା ମଧ୍ୟ ଦେଖାଇଛନ୍ତି ଯେ ଲୋକମାନଙ୍କୁ ଏହି ଗାତ ଦେଇ କେତେ କ୍ମୃରେ ଯାତ୍ରା କରିବାକୁ ପଡୁଛି ।

ମଲିଷ୍କା ପୂର୍ବ ବର୍ଷ ମଧ୍ୟ ଏହିଭଳି ଏକ ଭିଡିଓ ପ୍ରସ୍ତୁତ କରି ବିଏମସି’ର କ୍ଲାସ ନେଇଥିଲେ । ଯେଉଁକାରଣରୁ ସେ ଚର୍ଚ୍ଚାରେ ରହିଥିଲେ । ମାତ୍ର ଏବେ ତାଙ୍କର ଆଉ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲୋକମାନେ ଭିଡିଓ ଦେଖି ହସିବା ସହ ଲେଖିଛନ୍ତି , ମଲିଷ୍କା ତ ତାଙ୍କ କାମ କରିଦେଲେ ଏବେ ବିଏମସି ନିଜ କାମ କେବେ କରିବ ?

ଏହିଭଳି ଅନେକ କମେଂଟ ଦେଖିବାକୁ ମିଳିଛି ମଲିଷ୍କାଙ୍କ ଭିଡିଓରେ ଏବଂ କେହି କେହି ବିଏମସି କୁ ନେଇ ନିଜ ରାଗ ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More