Only for Entertainment

ଖୁବଶୀଘ୍ର ଶ୍ରଦ୍ଧା କପୂର ରୋହନ ଶ୍ରେଷ୍ଠାଙ୍କ ସହ କରିବାକୁ ଯାଉଛନ୍ତି ବିବାହ, ଶକ୍ତି କପୂରଙ୍କ ଘରେ ଆରମ୍ଭ ହେଲା ପ୍ରସ୍ତୁତି !

61

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର ଅନେକ ସମୟରେ ନିଜର ଫିଲ୍ମ ସହ ପର୍ସନାଲ ଲାଇଫ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାଆନ୍ତି । ରୋହନ ଶ୍ରେଷ୍ଠାଙ୍କ ସହ ତାଙ୍କର ଖବର ସବୁବେଳେ ସାମ୍ନାକୁ ଆସିଥାଏ, କିନ୍ତୁ କେବେ ହେଲେ ସେ ଏହି ମାମଲାରେ ମୁହଁ ଖୋଲି ନଥାଆନ୍ତି । ଏହାମଧ୍ୟରେ ଏବେ ଶ୍ରଦ୍ଧାଙ୍କ ବିବାହକୁ ନେଇ ଗୁଜବ ଉଙ୍ଖିବାକୁ ଆରମ୍ଭ କଲାଣି । ଶୁଣିବାକୁ ମିଳିଛି ଯେ ଦୁହେଁ ଆସନ୍ତା ବର୍ଷ ବିବାହ କରିବେ । ରିପୋର୍ଟ ମୁତାବକ ଶ୍ରଦ୍ଧା ଏବଂ ରୋହନ ଦୁହେଁ ଦୁହିଁଙ୍କୁ ୨ବର୍ଷ ହେବ ଡେଟ କରୁଛନ୍ତି । ସେହିଭଳି ଯେତେବେଳେ ଏହି ମାମଲାରେ ଶକ୍ତି କପୂରଙ୍କୁ ପଚରାଗଲା ତ ସେ ଏହି ଖବରକୁ ଖଣ୍ଡନ କରିଛନ୍ତି ।

ଏବେ ମୁମ୍ବାଇ ମିରୋର ତାଜା ରିପୋର୍ଟ ମୁତାବକ ଶ୍ରଦ୍ଧା ଏବଂ ରୋହନ ଆସନ୍ତା ବର୍ଷ ବିବାହ କରିବେ, ଯାହାର ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଗଲାଣି । ରିପୋର୍ଟ ମୁତାବକ ଶ୍ରଦ୍ଧାଙ୍କ ମା’ ଶିବାଙ୍ଗୀ କପୂର ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଏବଂ ସେ ଏବେଠାରୁ ହିଁ ବିବାହକୁ ଖାସ ବନାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ଶ୍ରଦ୍ଧାଙ୍କ ମଚ ଆୱେଟେଡ ଫିଲ୍ମ ‘ସାହୋ’ ରିଲିଜ ହେବାକୁ ଯାଉଛି ।ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ବିପକ୍ଷରେ ନଜର ଆସିବେ ବାହୁବଲୀ ଫେମ ପ୍ରଭାସ । ଏହି ଫିଲ୍ମ ଅଗଷ୍ଟ ୧୫, ୨୦୧୯ରେ ରିଲିଜ ହେବ । ସେହିଭଳି ଆସନ୍ତା ବର୍ଷ ଶ୍ରଦ୍ଧା ବରୁଣ ଧୱନଙ୍କ ଫିଲ୍ମ ଷ୍ଟ୍ରିଟ ଡାନ୍ସର ୩ଡି ଏବଂ ବାଗୀ ୩ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More