Only for Entertainment

ରୋହିତ କରୁଛନ୍ତି ଲେଡି ସିଂଘମର ତଲାସ, ଅଜୟଙ୍କୁ ମିଳିବ ଟକ୍କର !

tribune
0 47

ସିଂଘମ ଫିଲ୍ମ ଆପଣଙ୍କର ସମସ୍ତଙ୍କର ମନେଥିବ ନିଶ୍ଚୟ । ଆମେ ଆପଣଙ୍କ ସହ ଏହି ଫିଲ୍ମର ରିମେକ ସମ୍ପର୍କରେ କିଛି ବତାଇବାକୁ ଯାଉଅଛୁ । ଏଥର ସିଂଘମ ଫିଲ୍ମକୁ ନେଇ ରୋହିତ ସେଟ୍ଟୀଙ୍କ ମୁଣ୍ଡରେ କିଛି ନୂଆ ପ୍ଲାନ ଚାଲିଛି । ଏହି ଫିଲ୍ମରେ ଦବଙ୍ଗ ପୁଲିସ ଅଫିସର ହୋଇଥିବା ଅଜୟ ଦେବଗନ ସମସ୍ତଙ୍କ ମନକୁ ଜିଣି ନେଇଥିଲେ, ମାତ୍ର ଏଥର ରୋହିତ ନିଜର ମୁଣ୍ଡ ଖଙ୍କାଇ ସିଂଘମ ଫିଲ୍ମରେ କିଛି ନୂଆ କରିବା ପାଇଁ ପ୍ରସ୍ତୁତି କରିବାକୁ ମନ ବଳାଇଛନ୍ତି । ସେ ଏଥର ଲେଡି ସିଂଘମଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହିଛନ୍ତି ।

ଏହାସହ ସେ ସ୍କ୍ରିପ୍ଟରେ କାମ କରିବା ଆରମ୍ଭ କରି ସାରିଲେଣି । ରୋହିତଙ୍କ କହିବା ଅନୁସାରେ ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହୋଇସାରିଲାଣି, ମାତ୍ର ଏଥିପାଇଁ କୌରସି ଅଭିନେତ୍ରୀଙ୍କୁ ସେ ଚୟନ କରିନାହାନ୍ତି । ଲେଡି ସିଂଘମ ହେବା ଏକ ବଡ ଚ୍ୟାଲେଞ୍ଜ ବୋଲି ରୋହିତ କହିଛନ୍ତି ।

ମାତ୍ର ଏହି ଫିଲ୍ମ ମହିଳା ସଶକ୍ତିକରଣର ପ୍ରତୀକ ହେବ ବୋଲି ରୋହିତ କହିଛନ୍ତି । ଏହି ଫିଲ୍ମ ପାଇଁ ଆହୁରୀ ଅନେକ ସମୟ ଅଛି । ବର୍ତ୍ତମାନ ସେ ରଣବୀର ସିଂ ଷ୍ଟାରର ଫିଲ୍ମ ସିମ୍ବାରେ ବ୍ୟସ୍ତ ଅଛନ୍ତି । ଶୁଣିବାକୁ ମିଳିଛି ଯେ ସିମ୍ବା ଫିଲ୍ମ ଡିସେମ୍ବର ୨୮ରେ ରିଲିଜ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More