Only for Entertainment

ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ ଆରମ୍ଭ କଲେ ରୋହିତ ସେଟ୍ଟୀ, ATS ଅଫିସର ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

Bollyworm
27

ମସଲା ଏବଂ କମେଡି ଫିଲ୍ମ ନିର୍ମାଣ କରିବାରେ ଏକ୍ସପର୍ଟ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ ସିମ୍ବାର ଜାଦୁ ଲୋକଙ୍କ ମନରୁ ଓହ୍ଲାଇନଥିବା ବେଳେ ସେ ନିଜର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମ ସିମ୍ବାରେ ରୋହିତ ସେଟ୍ଟୀ ନିଜର ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ଏହା ସହିତ ଫିଲ୍ମର ଲିଡ କ୍ୟାରେକ୍ଟର ଅକ୍ଷୟ କୁମାରଙ୍କ ଝଲକ ମଧ୍ୟ ଦେଖାଇଥିଲେ । ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମର ନାମ ରହିଛି ‘ସୂର୍ଯ୍ୟବଂଶୀ’ । ଫିଲ୍ମରେ ଅକ୍ଷୟ କୁମାରଙ୍କ ଚରିତ୍ରର ନାମ ରହିବ ବୀର ସୂର୍ଯ୍ୟବଂଶୀ ।

ଫିଲ୍ମରେ ଅକ୍ଷୟ ଆଣ୍ଟି ଟେରେରିଷ୍ଟ ସ୍କାର୍ଡ ମୂଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ରୋହିତ ସେଟ୍ଟୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ନିଜ କ୍ରୁ ମେମ୍ବରଙ୍କ ସହିତ ନଜର ଆସିଥିଲେ । ଫଟୋ ସେୟାର କରି ଏହାକ କ୍ୟାପସନରେ ସେ ଲେଖିଥିଲେ ‘ମିଶନ ସୂର୍ଯ୍ୟବଂଶୀ ଗୋଆ ରୁଟରେ’ । ଏଥିରୁ ଜଣାପଡୁଛି ଯେ ଫିଲ୍ମର ପ୍ରଥମ ସିଡ୍ୟୁଲ ସେ ଗୋଆରେ ରହିଛନ୍ତି ଏବଂ ଗୋଆ ପହଁଚିବା ପରେ ରୋହିତ ନିଜ ଟିମ ସହିତ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି ।

 

 

View this post on Instagram

 

Mission SOORYAVANSHI En route Goa

A post shared by Rohit Shetty (@itsrohitshetty) on

କହିରଖୁଛୁ ଯେ, ଅକ୍ଷୟ କୁମାର ପ୍ରଥମ ଥର ପାଇଁ ରୋହିତ ସେଟ୍ଟୀଙ୍କ ସହିତ କାମ କରିବାକୁ ଯାଉଛନ୍ତି ଯାହା ଦେଖିବା ଖୁବ ଏକ୍ସାଇଟେଡ ରହିବ । ରେହିସ ସେଟ୍ଟୀ ଫିଲ୍ମ ସିମ୍ବା ସହିତ ଦିଲବାଲେ, ସିଙ୍ଘମ, ଚେନ୍ନାଇ ଏକ୍ସପ୍ରେସ, ଗୋଲମାଲ ସିରିଜ ଏବଂ ବୋଲ ବଚ୍ଚନ ପରି ଫିଲ୍ମ ଦେଇଛନ୍ତି । ଏହି ସବୁ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More