Only for Entertainment

ଦୀପିକା କକ୍କରଙ୍କୁ କଡ଼ା ଜୱାବ ଦେଲେ ବିଗବସ ପ୍ରତିଯୋଗୀ ରୋମିଲ ଚୌଧରୀ ।

indiatoday
39

ବିଗବସ ୧୨ ପ୍ରତିବର୍ଷ ଠାରୁ ସଂପୂର୍ଣ୍ଣ ଭିନ୍ନ । ଏହିଥର ଏହାର ଟିଆରପି ମଧ୍ୟ ଖୁବ କମ ଥିଲା । କାରଣ ଲୋକ ଏହି ବର୍ଷ ସିଜନକୁ ଆଦୌ ପସନ୍ଦ କରୁନଥିଲେ । ପ୍ରତିଦିନ କଳିଜଗଡ଼ା ଦେଖି ଲୋକମାନେ ଏହାକୁ ନାପସନ୍ଦ କରୁଥିଲେ ଏବଂ ଆଉ କେହି କେହି ବିରକ୍ତ ହୋଇ ଟିଭି ବନ୍ଦ କରି ଦେଉଥିଲେ । ସେ ଯାହା ହେଉ ଶୋ ସରିଯାଇଛି ଏବଂ ଏହାକୁ ନେଇ ବିଭିନ୍ନ କଥା ଏବେ ମଧ୍ୟ ଆଲୋଚନା ହେଉଛି । ଦୀପିକା ଶୋ ଜିତିବାରୁ ଖୁବ କମ ଲୋକ ଖୁସି ଥିବା ବେଳେ ଅଧିକାଂଶ ନିରାଶ ହୋଇଛନ୍ତି । ଏହା ସହିତ କୁହାଯାଉଛି କଲର୍ସ ଚ୍ୟାନେଲ ଦୀପିକାଙ୍କୁ ପ୍ରମୋଟ କରୁଥିଲା । ତେବେ ୪ର୍ଥ ସ୍ଥାନ ହାସଲ କରିଥିବା ଓକିଲ ବାବୁ ରୋମିଲ ଚୌଧରୀ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରିପାରିଥିଲେ । ଯେଉଁ କାରଣ ପାଇଁ ସେ ବିଜେତା ହୁଅନ୍ତୁ ବୋଲି ଅଧିକାଂଶ ଚାହୁଁଥିଲେ ।

ସିଜନରେ ଦେଖିବାକୁ ମିଳିଥିଲାଯେ ରୋମିଲଙ୍କ ସହିତ ଶ୍ରୀ ଏବଂ ଦୀପିକାଙ୍କର ଭଲ ସଂପର୍କ ନଥିଲା । କେବେ କେବେ କୁହାଯାଏ ଜଣେ ଦକ୍ଷ ପ୍ରତିଯୋଗୀର ଅନ୍ୟ ପ୍ରତିଯୋଗୀ ସହିତ ସଂପର୍କ ଭଲ ନରହିବା ଏକ ସ୍ୱଭାବିକ କଥା । କାରଣ ଦର୍ଶକ ଠାଣି ନେଇଥିଲେଯେ ରୋମିଲ ଜଣେ ଦକ୍ଷ ପ୍ରତିଯୋଗୀ । ଦୀପିକା ଅଧିକାଂଶ ସମୟରେ ରୋମିଲଙ୍କୁ ନେଇ ଦେଉଥିବା ମନ୍ତବ୍ୟ ଥିଲା ସଂପୂର୍ଣ୍ଣ ଭିନ୍ନ । ଯାହା ସେ ଅନ୍ୟ ପ୍ରତିଯୋଗୀଙ୍କୁ କେବେ ମଧ୍ୟ କହିନାହାଁନ୍ତି । କଥା ହେଉଛି ସେ ଘରୁ ବାହାରିବା ପରେ କେବେ ମଧ୍ୟ ରୋମିଲଙ୍କୁ ସାକ୍ଷାତ କରିବେ ନାହିଁ । ଏହି କଥାକୁ ସେ ବାରମ୍ବାର ଶୋ ମଧ୍ୟରେ ଦୋହରାଇଛନ୍ତି । ତେବେ ଏହି କଥାର ଏବେ କଡ଼ା ଜୱାବ ଦେଇଛନ୍ତି ହରିୟାଣାର ଓକିଲ ବାବୁ ରୋମିଲ ଚୌଧରୀ । ଶୋ ମଧ୍ୟରେ କାହା ସହିତ କେବେ ମଧ୍ୟ କଳିଝଗଡ଼ା ନ କରି ଶାନ୍ତ ଭାବରେ ଗେମ ଖେଳିଥିବା ରୋମିଲ କ’ଣ କହିଛନ୍ତି ଆସନ୍ତୁ ଆଲୋଚନାକ କରିବା ।

ବିଗବସ ୧୨ରେ ରୋମିଲଙ୍କୁ ମାଷ୍ଟର ମାଇଣ୍ଡର ଆଖ୍ୟା ମିଳିଛି । ନିଃସନ୍ଦେହ ସେ ଭଲ ଖେଳିଛନ୍ତି । ତେବେ ନିକଟରେ ସେ ଦୀପିକାଙ୍କ ମନ୍ତବ୍ୟର କଡ଼ା ଜୱାବ ଦେଇ କହିଛନ୍ତିଯେ ମୁଁ କେବେ ମଧ୍ୟ କହିବି ନାହିଁଯେ ମୁଁ ତାଙ୍କୁ ବାହାରେ ସାକ୍ଷାତ କରିବି, ମୋ ସହିତ ଯିଏ ଯେଉଁଭଳି ବ୍ୟବହାର କରେ ମୁଁ ତା ସହିତ ସେହିଭଳି ସଂପର୍କ ରଖେ । ଦୀପିକାଙ୍କର ଏହି କଥାର କଡ଼ା ଜୱାବ ମଧ୍ୟ ଦେଇଛନ୍ତି ମୋ ଫ୍ୟାନ୍ସ । ଯେଉଁଥିରେ କୁହାଯାଇଥିଲାଯେ ସେ କେବଳ ଦୀପିକା କକ୍କର, ଦୀପିକା ପାଦୁକୋନ ନୁହେଁ । ଫ୍ୟାନ୍ସଙ୍କ ଏହି ରିଆକ୍ସନ ଦେଖି ମୁଁ ୧୫ ମିନିଟ ପର୍ଯ୍ୟନ୍ତ ହସିବାକୁ ଲାଗିଲି ।
ଏହା ସହିତ ରୋମିଲ କହିଛନ୍ତିଯେ ଯଦି ଜଣେ ମୋ ସହିତ ଭଲ ଭାବରେ ବ୍ୟବହାର କରୁଛି ତେବେ ମୁଁ ମଧ୍ୟ ଭଲ ବ୍ୟବହାର କରିବି । ମୁଁ ଶୋ’କୁ କୌଣସି ଶତ୍ରୁତା କରିବା ପାଇଁ ଆସିନଥିଲି । ମୁଁ ଖୁବ ସାଧାସିଧା । କାହା ସହିତ ଲଢି ମୁଁ ସେମାନଙ୍କୁ ଗୁରୁତ୍ୱ ଦେବାକୁ ଚାହେଁ ନାହିଁ । ଦୀପିକା ଯଦି ମୋ ବିଷୟରେ ସେହିଭଳି ଭାବୁଛନ୍ତି ଏହା ତାଙ୍କ ବିଚାର । କିନ୍ତୁ ମୁଁ ଖୁବ ଖୁସି କାରଣ ଶୋ ବାହାରକୁ ଆସିବା ପରେ ମଧ୍ୟ ଲୋକ ମୋ ବିଷୟରେ ଆଲୋଚନାକ କରୁଛନ୍ତିଯେ ମୁଁ ମଧ୍ୟ ବିଜେତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More